ଆଜିଠାରୁ ଦେଶବ୍ୟାପୀ ଦିଆଯିବ ‘ଟୀକା’ର ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ, ଜାନୁଆରୀ ୧୦ : କରୋନାର ବର୍ଦ୍ଧିତ ସଂକ୍ରମଣ ମଧ୍ୟରେ ଆଜିଠାରୁ ଦେଶବ୍ୟାପୀ ପ୍ରୀକ୍‌ଶନ ଡୋଜ୍‌ ଟୀକାକରଣ ଆରମ୍ଭ ହେବାକୁ ଯାଉଛି। ଦେଶବ୍ୟାପୀ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷ ଅଥବା ଏଥିରୁ ଉର୍ଦ୍ଧ୍ବ ବୟସ୍କ ମାନଙ୍କୁ ଆଜି ପୂର୍ବାହ୍ନ ୯ଟାରୁ ପ୍ରୀକ୍‌ଶନ ଡୋଜ୍‌ ଦିଆଯିବ। କିନ୍ତୁ ଯେଉଁମାନେ କରୋନା ଟୀକାର ୨ୟ ଡୋଜ୍‌ ୯ ମାସ ପୂର୍ବରୁ ନେଇଥିଲେ, ସେହିମାନେ ବୁଷ୍ଟର ଡୋଜ୍‌ ନେଇପାରିବେ। ସମସ୍ତ କରୋନା ସମ୍ମୁଖ ଯୋଦ୍ଧା ଓ ସ୍ବାସ୍ଥ୍ୟକର୍ମୀ ତଥା ୬୦ ବର୍ଷ ଏବଂ ତା’ଠାରୁ ଊର୍ଦ୍ଧ୍ବ ବୟସ୍କ, ଯେଉଁମାନେ ଗୁରୁତର ରୋଗରେ ପୀଡିତ ଅଛନ୍ତି, ସେମାନଙ୍କ ପାଇଁ କୋଭିଡ-୧୯ ଟୀକାର ପ୍ରୀକ୍‌ଶନ ଡୋଜ୍‌ ଲାଗି ପଂଜିକରଣ ଜାନୁଆରୀ ୮ ତାରିଖ ଠାରୁ କୋୱିନ୍‌ ପୋର୍ଟାଲ ମାଧ୍ୟମରେ ଆରମ୍ଭ ହୋଇଛି।ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ର ଅନୁସାରେ ପାଖାପାଖି ୧.୦୫ କୋଟି ସ୍ବାସ୍ଥ୍ୟକର୍ମୀ, ୧.୯ କୋଟି ଅଗ୍ରୀମ ମୋର୍ଚ୍ଚାର କର୍ମୀ ଓ ୬୦ ବର୍ଷରୁ ଊର୍ଦ୍ଧ୍ବର ଅନ୍ୟ ରୋଗରେ ପୀଡିତ ୨.୭୫ କୋଟି ଲୋକଙ୍କୁ ବୁଷ୍ଟର ଡୋଜ୍‌ ଦିଆଯିବ । କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ବିନା ପଞ୍ଜିକରଣରେ ସିଧାସଳଖ ଟୀକା କେନ୍ଦ୍ରରେ ମଧ୍ୟ ବୁଷ୍ଟର ଡୋଜ୍‌ ନିଆଯାଇପାରିବ। ସେହିପିର ଯେଉଁମାନେ ପୂର୍ବରୁ ୨ଟି ଟିକା ନେଇ ଥିଲେ, ସେହି କଂପାନୀର ବୁଷ୍ଟର ଡୋଜ୍‌ ଟିକା ନେବେ।  

Leave A Reply

Your email address will not be published.