ଆମେରିକାରେ ୩ ଲକ୍ଷ ସଂକ୍ରମିତ

ୱାଶିଂଟନ୍‌/ବ୍ରିଟେନ୍‌, ଜାନୁଆରୀ ୧୦ : ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୩ ଲକ୍ଷ ୬ ହଜାର ୭୩୬ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ୩୪ ହଜାର ୬୬୩ ଜଣ ସୁସ୍ଥ ହୋଇଥିଲା ବେଳେ ୨୯୮ ଜଣଙ୍କର ମୃତ୍ୟୁ ହୋଇଛି।  ଆମେରିକାରେ ଏଯାଏଁ ୬ କୋଟି ୧୨ ଲକ୍ଷ ୬୧ ହଜାର ୧୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ କୋଟି ୨୨ ଲକ୍ଷ ୫୫ ହଜାର ୯୫୧ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୮ ଲକ୍ଷ ୫୯ ହଜାର ୩୪୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ୧ କୋଟି ୮୧ ଲକ୍ଷ ୪୫ ହଜାର ୮୫୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୨୨ ହଜାର ୮୩୮ ଜଣଙ୍କର ଅବସ୍ଥା ଗୁରୁତର ରହିଛି।   ବ୍ରିଟେନ୍‌ରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୪୧ ହଜାର ୪୭୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫୮ ହଜାର ୫୫୭ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ୯୭ ଜଣଙ୍କର ମୃତ୍ୟୁ ହୋଇଛି। ଫ୍ରାନ୍ସରେ ମଧ୍ୟ କରୋନାର ବିସ୍ଫୋରକ ରୂପ ଦେଖାଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୨ ଲକ୍ଷ ୯୬ ହଜାର ୯୭ ଜଣ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଇଟାଲିରେ ୧ ଲକ୍ଷ ୫୫ ହଜାର ୬୫୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।   

Leave A Reply

Your email address will not be published.