ଆରଡିପୀଠରେ ଲାଗିଲା ୧୪୪ ଧାରା

ଭଦ୍ରକ, ଜାନୁଆରୀ ୧୦ : ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ମନ୍ଦିରରେ ସର୍ବସାଧାରଣ ଦର୍ଶନ ଉପରେ କଟକଣା ଲାଗିଛି । ସେହିପରି ଆଜିଠୁ ଆସନ୍ତା ୩୧ ତାରିଖ ଯାଏଁ ଆରଡୀପୀଠରେ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ଉପରେ କଟକଣା ଲାଗିଛି । ଫଳରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ସୂଚନା ଅନୁସାରେ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ରବିବାର ସନ୍ଧ୍ୟା ଠାରୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରଡିପୀଠରେ ମନ୍ଦିର ପାଇଁ ନୂଆ ଏସଓପି ଜାରି କରାଯାଇଛି । ଏସଓପି ଅନୁସାରେ, ରବିବାର ରାତ୍ରିରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବାବାଙ୍କ ମନ୍ଦିରରେ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ଏହାସହିତ ସମଗ୍ର ପୀଠରେ ୧୪୪ ଧାରା ଜାରି କରାଯାଇଛି । ଏହାରି ଭିତରେ କୋଭିଡ କଟକଣାରେ ବାବାଙ୍କର ସମସ୍ତ ନୀତିକାନ୍ତି ଚାଲିବ । ଏଥିପାଇଁ ସେବାୟତମାନଙ୍କୁ ପରାମର୍ଶ ଦେଇଛି ପ୍ରଶାସନ । ଏହାସହିତ ପୀଠରେ କୌଣସି ମେଳା, ମହୋତ୍ସବ, ଭଜନ ସମାରୋହର ଆୟୋଜନ ନହେବା ପାଇଁ ପ୍ରଶାସନ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି । 

Leave A Reply

Your email address will not be published.