ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ୩ୟ ଟେଷ୍ଟ, ରେକର୍ଡ ଲକ୍ଷ୍ୟରେ ରବିଚନ୍ଦ୍ରନ୍‌ ଅଶ୍ବିନ

କେପ୍‌ଟାଉନ୍‌, ଜାନୁଆରୀ ୧୦: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ଟେଷ୍ଟ ଶୃଙ୍ଖଳାର ୩ୟ ତଥା ଅନ୍ତିମ ମୁକାବିଲା ଆଜିଠାରୁ ଆରମ୍ଭ ହେବ। କେପ୍‌ଟାଉନ୍‌ର ନିଉଲାଣ୍ଡସ୍‌ରେ ଏହି ମ୍ୟାଚ୍‌ ଖେଳାଯିବ। ଏହି ମୁକାବିଲାରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ ପାଇଁ ବଡ଼ ସୁଯୋଗ ଆସିଛି। ଭଲ ପ୍ରଦର୍ଶନ କଲେ ଅଶ୍ବିନ ଏକକାଳୀନ ୩ ଜଣ ବରିଷ୍ଠ ଖେଳାଳିଙ୍କ ରେକର୍ଡ ଅତିକ୍ରମ କରିପାରିବେ। ରବିଚନ୍ଦ୍ରନ ଅଶ୍ବିନ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଛନ୍ତି। ଭାରତର ଦ୍ବିତୀୟ ସର୍ବାଧିକ ୱିକେଟ ନେବା ଲକ୍ଷ୍ୟରେ ଅଛନ୍ତି ଅଶ୍ବିନ। ପରିସ୍ଥିତି ଠିକ୍‌ଠାକ ରହିଲେ ଅଶ୍ବିନ କେପ୍‌ଟାଉନ୍‌ରେ ଏହି ଲକ୍ଷ୍ୟ ହାସଲ କରିପାରନ୍ତି। ଟେଷ୍ଟରେ ଅଶ୍ବିନ ଏପର୍ଯ୍ୟନ୍ତ ୪୩୦ଟି ୱିକେଟ୍‌ ନେଇଛନ୍ତି। ସେ କେପ୍‌ଟାଉନ୍‌ରେ ୫ଟି ୱିକେଟ୍‌ ନେଇପାରିଲେ କପିଳ ଦେବ (୪୩୪ ଟେଷ୍ଟ ୱିକେଟ)ଙ୍କୁ ଅତିକ୍ରମ କରିପାରିବ‌େ। ଅନିଲ କୁମ୍ବଲେ ଭାରତ ପାଇଁ ୬୧୯ଟି ଟେଷ୍ଟ ୱିକେଟ ନେଇଛନ୍ତି। କେପଟାଉନ୍‌ ଟେଷ୍ଟରେ ଅଶ୍ବିନ ଯଦି ୫ଟି ୱକେଟ୍‌ ନିଅନ୍ତି ତା’ହେଲେ ସେ ଶ୍ରୀଲଙ୍କାର ରଂଗନା ହେରାଥ (୪୩୩ ୱିକେଟ) ଓ ନ୍ୟୁଜିଲାଣ୍ଡର ସର ରିଚାର୍ଡ ହେଡଲୀ (୪୩୧ ୱିକେଟ)ଙ୍କ ରେକର୍ଡ ଅତିକ୍ରମ କରିବେ।  

Leave A Reply

Your email address will not be published.