ରାଜ୍ୟରେ ୫ ହଜାର ମୁହାଁ ଦୈନିକ ସଂକ୍ରମଣ

ଭୁବନେଶ୍ୱର, ଜାନୁଆରୀ ୧୦ : ରାଜ୍ୟରେ ହୁ ହୁ ହୋଇ ମାଡିବାର ଲାଗିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ହଜାର ୮ ଶହ ୨୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭୫୬୯୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୮୨୩ ଜଣ କ୍ୱାରେଣ୍ଟାଇନରୁ ରହିଥିବା ବେଳେ ୨୦୦୬ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ୧୮ ବର୍ଷରୁ କମ୍ ବୟସର ରହିଛନ୍ତି ୪୪୮ ଜଣ । ଅନୁଗୁଳରୁ ୬୯, ବାଲେଶ୍ୱରରୁ ୨୧୦, ବରଗଡରୁ ୮୪, ଭଦ୍ରକରୁ ୬୯, ବଲାଙ୍ଗିରରୁ ୧୦୪, ବୌଦ୍ଧରୁ ୬, କଟକରୁ ୪୦୧, ଦେଓଗଡରୁ ୧୯, ଢେଙ୍କାନାଳରୁ ୨୩, ଗଞ୍ଜାମରୁ ୪୯, ଗଜପତିରୁ ୩୨, ଜଗତସିଂହପୁରରୁ ୪୬, ଯାଜପୁରରୁ ୬୬, ଝାରସୁଗୁଡାରୁ ୧୮୯, କଳାହାଣ୍ଡିରୁ ୪୮, କନ୍ଧମାଳରୁ ୮, କେନ୍ଦାପଡାରୁ ୨୪, କେନ୍ଦୁଝରରୁ ୬୩, ଖୋର୍ଦ୍ଧାରୁ ୯୩୩, କୋରାପୁଟରୁ ୭୭, ମାଲକାନଗିରିରୁ ୧୧, ମୟୂରଭଞ୍ଜରୁ ୧୬୨, ନବବରଙ୍ଗପୁରରୁ ୮୫, ନୟାଗଡରୁ ୨୪, ନୂଆପଡାରୁ ୫୧, ପୁରୀରୁ ୧୩୦, ରାୟଗଡାରୁ ୮୨, ସମ୍ବଲପୁରରୁ ୬୪୪, ସୋନପୁରରୁ ୩୨, ସୁନ୍ଦରଗଡରୁ ୮୬୯ ଓ ଷ୍ଟେଟ ପୁଲରୁ ୨୧୯ ଜଣ ରହିଛନ୍ତି । ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୭୫୬୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୦୫୬୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୬୬୧୭ଜଣ ସୁସ୍ଥ ହୋଇଛନ୍ତି । 

Leave A Reply

Your email address will not be published.