ଆଜି ଠାରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ବନ୍ଦ

ଭୁବନେଶ୍ୱର, ଜାନୁଆରୀ ୧୦ : ସୋମବାର ଠାରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ବନ୍ଦ ରହିବ । କରୋନା ସଂକ୍ରମଣ ବୃଦ୍ଧି ହେଉଥିବାରୁ ରାଜ୍ୟରେ ବିଶ୍ୱ ବିଦ୍ୟାଳୟ ଓ କଲେଜ ବନ୍ଦ ରହିବ । କ୍ଲାସରୁମ ପାଠପଢା ସହ ହଷ୍ଟେଲଗୁଡିକ ମଧ୍ୟ ବନ୍ଦ କରାଯାଇଛି ।  ଏନେଇ ଗତ ୭ ତାରିଖରେ ଘୋଷଣା କରାଯାଇଥିଲା । ଫଳରେ ରବିବାର ସନ୍ଧ୍ୟା ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀ ହଷ୍ଟେଲ ଛାଡିଛନ୍ତି । ମାତ୍ର ସ୍କଲାର, ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଗବେଷଣା, ପ୍ରକଳ୍ପ କାର୍ଯ୍ୟ ଜାରି ରଖିବାକୁ କର୍ତ୍ତୃପକ୍ଷ ଅନୁମତି ଦେଇପାରିବ । କର୍ମଚାରୀଙ୍କ ପାଇଁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ବିଶ୍ୱ ବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନ ଓ କଲେଜର ଶିକ୍ଷକ କର୍ମଚାରୀମାନେ କାର୍ଯ୍ୟ କରିବେ । ଉଚ୍ଚ ଶିକ୍ଷାନୁଷ୍ଠାନ ସମେତ ରାଜ୍ୟର ସମସ୍ତ କୋଚିଂ ସେଣ୍ଟର ମଧ୍ୟ ବନ୍ଦ ରହିବ । ଭର୍ଚୁଆଲ ତଥା ଅନ୍ ଲାଇନ ପାଠପଢା ଜାରି ରଖିପାରିବେ । ଶିକ୍ଷାନୁଷ୍ଠାନରେ ଚାଲୁଥିବା ସମସ୍ତ ଅଫ୍ ଲାଇନ୍ ପରୀକ୍ଷା ନିର୍ଦ୍ଧାରିତ ସୂଚୀ ଅନୁଯାୟୀ କୋଭିଡ କଟକଣା ମଧ୍ୟରେ ଚାଲିବ । ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ କ୍ଲାସରୁମ ଥିଓରି କିମ୍ବା ପ୍ରାକ୍ଟିକାଲ ପାଠପଢା ବନ୍ଦ ରହିବ । ଅନ୍ ଲାଇନ୍ ପାଠପଢା ଚାଲିବ । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଦୈନିକ କାର୍ଯ୍ୟ ଚାଲିବ । 

Leave A Reply

Your email address will not be published.