ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ୫୦ ହଜାର ନିକଟତର

ନୂଆଦିଲ୍ଲୀ/ମହାରାଷ୍ଟ୍ର, ଜାନୁଆରୀ ୧୦ : ଦେଶରେ କରୋନା ଓ ନୂଆ ଭାରିଆଣ୍ଟ ଓମିକ୍ରନ୍‌ରେ ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି। ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪ ହଜାର ୩୮୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନାରୁ ୧୫ ହଜାର ୩୫୧ ଜଣ ସୁସ୍ଥ ହୋଇଛନ୍ତି। ଏହାରି ମଧ୍ୟରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ରବିବାର ୨୦୭ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ ମୋଟ ୧୨୧୬ ଜଣ ଓମିକ୍ରନ୍‌ ଚିହ୍ନଟ ହୋଇସାରିଛନ୍ତି। ମୁମ୍ବାଇରେ ରବିବାର ୧୯ ହଜାର ୪୭୪ ଜଣ କରୋନା ପଜିଟଭ ଚିହ୍ନଟ ହୋଇଛନ୍ତି। ମୁମ୍ବାଇରେ ୮୦୬୩ ଜଣ ସୁସ୍ଥ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି। ମୁମ୍ବାଇରେ ଏପର୍ଯ୍ୟନ୍ତ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୧୪ ହଜାର ୫୭୨ ଜଣଙ୍କ ଚିକିତ୍ସା ଚାଲିଛି। ମୁମ୍ବାଇରେ ଏପର୍ଯ୍ୟନ୍ତ ୧୬ ହଜାର ୪୦୬ ଜଣଙ୍କର ମୃତ୍ୟୁ ହୋଇଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୭ ହଜାର ୪୩୭ ଜଣ। 

Leave A Reply

Your email address will not be published.