ସୁମିତ-ତପସ୍ୱିନୀ ବିବାହ ମାମଲାରେ ନୂଆ ମୋଡ

ବ୍ରହ୍ମପୁର, ଜାନୁଆରୀ ୧୦ : ବହୁ ଚର୍ଚ୍ଚିତ ବ୍ରହ୍ମପୁର ଡାକ୍ତର ସୁମିତ ଓ ତପସ୍ୱିନୀ ବିବାହ ବିବାଦ ମାମଲା । ପୁଣି ଘଟଣାରେ ନୂଆ ଟ୍ୱିଷ୍ଟ । ପୁଣି ଥରେ ୧୫ ଦିନ ଛୁଟି ଅବଧି ବଢାଇଲେ ଡାକ୍ତର ସୁମିତ । ମାନସିକ ଅବସ୍ଥା ଭଲ ନଥିବାରୁ ଛୁଟି ଅବଧି ବଢାଇଥିବା ସୁମିତଙ୍କ ଓକିଲ କହିଛନ୍ତି ।  ଡିସେମ୍ବର ୧୦ ତାରିଖରୁ ସେ ଅସୁସ୍ଥତା କାରଣରୁ ଛୁଟିରେ ଥିବା ବେଳେ ଜାନୁଆରୀ ୭ରେ ତାଙ୍କ ଛୁଟି ସରିଥିଲା । ମାତ୍ର ସେ ସମ୍ପୂର୍ଣ୍ଣ ସୁସ୍ଥ ନଥିବାରୁ ଆଉ ୧୫ ଦିନ ଛୁଟି ନେଇଛନ୍ତି । ଜାନୁଆରୀ ୭ ତାରିଖରୁ ଆସନ୍ତା ୨୧ ତାରିଖ ଯାଏଁ ସେ ଛୁଟିରେ ରହିବେ । ଏହାସହିତ ସୁମିତଙ୍କ ବାପା ଏଯାଏଁ ଘରକୁ ଫେରିନଥିବା ସୂଚନା ମିଳିଛି । ସୋମବାର ତପସ୍ୱିନୀ ସ୍ୱାମୀଙ୍କ ଘରେ ରହିବା ପାଇଁ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଦାଖଲ ହୋଇଥିବା ପିଟସନର ଶୁଣାଣି ରହିଛି । ଏସଡିଜେଏମ କୋର୍ଟ ପୂର୍ବରୁ ଏହି ପିଟିସନର ଶୁଣାଣୀ କରି ତପସ୍ୱିନୀଙ୍କ ସମସ୍ତ ଦାୟିତ୍ୱ ନେବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଥିଲେ । 

Leave A Reply

Your email address will not be published.