ସୁମିତ୍‌-ତପସ୍ୱିନୀ ମାମଲା: ପୁଣି ଅଡୁଆରେ ତପସ୍ୱିନୀ

ବ୍ରହ୍ମପୁର, ଜାନୁଆରୀ ୧୧ : ବହୁ ଚର୍ଚ୍ଚିତ ସୁମିତ୍ ତପସ୍ୱିନୀ ବିବାଦ ତୁଟିବାର ନାଁ ଧରୁନି । ପ୍ରତିଦିନ ଏହି ମାମଲାରେ ନୂଆ ନୂଆ ମୋଡ ଯୋଡି ହେଉଥିବା ବେଳେ ଆଜି ପୁଣି ଏକ ନୂଆ ମୋଡ ନେଇଛି ଏହି ମାମଲା । ଆଜି ଜିଲ୍ଲା ଏସଡିଜେମ୍ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତପସ୍ୱିନୀଙ୍କ ସ୍ୱାମୀ ଡାକ୍ତର ସୁମିତ୍ ସାହୁ । ଗତ ୪ ତାରିଖରେ ଜିଲ୍ଲା କୋର୍ଟ ତପସ୍ୱିନୀଙ୍କୁ ସୁମିତ୍ ସାହୁଙ୍କ ଘରେ ରହିବା ପାଇଁ ରାୟ ଦେଇଥିବା ବେଳେ ଆଜି ସେହି ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଅପିଲ୍ କରିଛନ୍ତି ସୁମିତ୍ । ତେବେ ଆଗକୁ ଏହି ମାମଲା କେଉଁ ନୂଆ ମୋଡ ନେବାକୁ ଯାଉଛି ତାହା ଉପରେ ପୁରା ରାଜ୍ୟବାସୀଙ୍କ ନଜର ରହିଛି ।

Leave A Reply

Your email address will not be published.