ଦିଲ୍ଳୀ-ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ବଢୁଛି କରୋନା

ନୂଆଦିଲ୍ଲୀ, ଜାନୁଆରୀ ୧୨ : କୋଭିଡର ୩ୟ ଲହରର ସାମ୍ନା କରୁଥିବା ଦେଶ ପାଇଁ ଭଲ ଖବର ଆସିଛି। ଦିଲ୍ଲୀ ଓ ମୁମ୍ବାଇ ପିକ୍‌ ନିକଟର ହୋଇଛି। ଆଇଆଇଟି କାନପୁର ପ୍ରଫେସର ରାଜେଶ ରଂଜନ ଏସ୍‌ଆଇଆର ମଡେଲ ମାଧ୍ୟମରେ କହିଛନ୍ତି ଯେ, ଏହି ସହର ଗୁଡ଼ିକର ପଜିଟିଭିଟି ରେଟ୍‌ରେ ହ୍ରାସ ପାଇଛି ଅଥବା ସ୍ଥିରତା ଭଲ ସଂକେତ। ଯାହା ଅନୁମାନ କରାଯାଉଛି ୩ରୁ ୪ ଦିନ ମଧ୍ୟରେ ପିକ୍‌ରେ ପହଞ୍ଚିବ। ଦିଲ୍ଲୀରେ କରୋନା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ, କରୋନା ସଂକ୍ରମଣର ପିକ୍‌ ଚଳିତ ସପ୍ତାହରେ ଆସିପାରେ। ସଂକ୍ରମଣ ଏକଦା ଶୀର୍ଷରେ ପହଞ୍ଚିବା ପରେ ପୁଣି ଧୀରେ ଧୀରେ ହ୍ରାସ ପାଇବ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ଥରେ କହିଛନ୍ତି ଯେ, ବର୍ତ୍ତମାନ ପରିପ୍ରେକ୍ଷୀରେ ଲକ୍‌ଡାଉନ୍‌ ହେବ ନାହିଁ। କରୋନା କାରଣରୁ ମଙ୍ଗଳବାର ଦିଲ୍ଲୀରେ ୨୩ ଜଣଙ୍କର ମୃତ୍ୟୁ ହୋଇଛି। ଏହା ପୂର୍ବରୁ ୨୦୨୧ ଜୁନ୍‌ ୨୧ରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା। ବିଗତ ୩ ଦିନରେ ଦିଲ୍ଲୀରେ ୫୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଦିନରେ ଏହି ସଂଖ୍ୟା ୯୩କୁ ବୃଦ୍ଧି ପାଇଛି।  ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଡିସେମ୍ବର ୩୧ରେ ୨୨୮ଥିବା ବେଳେ ଜାନୁଆରୀ ୧୧ ତାରିଖ ବେଳକୁ ଏହା ୭ ହଜାର ଅତିକ୍ରମ କରିଛି। ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁରେ ମଧ୍ୟ କରୋନା ମାମଲା ବଢ଼ିଛି। ଆଗାମୀ ୧୫ ଦିନ ଭିତରେ ତାମିଲନାଡୁ ଓ କର୍ଣ୍ଣାଟକରେ ପିକ୍‌ ସ୍ତରରେ ପହଞ୍ଚି ପାରେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି।  ଦେଶରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟ ବଢ଼ି ଚାଲିଥିବା ବ‌େଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପୁଣି ଥରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ କଥା ହେବେ। ମୋଦୀ କୋଭିଡ ସ୍ଥିତି ନେଇ ଅବଗତ ହେବେ। ଏହା ପୂର୍ବରୁ ମୋଦୀ ରବିବାର ମହାମାରୀର ଅବସ୍ଥା ନେଇ ସମୀକ୍ଷା କରିଛନ୍ତି। 

Leave A Reply

Your email address will not be published.