ଜେଏସଡବ୍ଲ୍ୟୁ ଖଣିରୁ ପରିବହନ ଭଡ଼ା ହ୍ରାସ ନେଇ ଟ୍ରକ୍ ମାଲିକଙ୍କ ଅସନ୍ତୋଷ

ବଡବିଲ ୦୨/୦୨: ଯୋଡ଼ା ଖଣି ମଣ୍ଡଳରେ ଥିବା ନୂଆଗାଁ ଖଣିରୁ ପାରାଦୀପ ବନ୍ଦରକୁ ଲୁହାପଥର ପରିବହନ ପାଇଁ ପୂର୍ବ ନିର୍ଦ୍ଧାରିତ ଭଡ଼ାରୁ ସାତଶହ ଟଙ୍କା ହ୍ରାସ କରାଯାଇଛି । ଏହାକୁ ନେଇ କେନ୍ଦୁଝର ଜିଲ୍ଲାର ଟ୍ରକ୍ ମାଲିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଜେଏସଡବ୍ଲ୍ୟୁ ଖଣି କମ୍ପାନୀର ଏଭଳି ମନମୁଖୀ କାର୍ଯ୍ୟକୁ ବିରୋଧ କରି ଜିଲ୍ଲାର ୬ଟି ଟ୍ରକ୍ ମାଲିକ ସଂଘ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପରିବହନ ଭଡ଼ା ବୃଦ୍ଧି ପାଇଁ ଜେଏସଡବ୍ଲ୍ୟୁ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ଦେଇଛନ୍ତି । ପୂର୍ବରୁ ନୂଆଗାଁ ଖଣିରୁ ପାରାଦୀପ ବନ୍ଦରକୁ ଲୁହାପଥର ପରିବହନ ମୂଲ୍ୟ, ଟନ୍ ପିଛା ୧୯୫୦ ଟଙ୍କା ରହିଥିଲା । ତେବେ ଗତକାଲି ଠାରୁ ପରିବହନ ଭଡ଼ା ୭ଶହ ଟଙ୍କା ହ୍ରାସ କରି ୧୨୫୦ ଟଙ୍କା କରାଯାଇଛି । ସେପଟେ ଡିଜେଲ ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଥିବାବେଳେ ସାତଶହ ଟଙ୍କା ଭଡ଼ା ହ୍ରାସ କରିବା ଯୋଗୁଁ ଟ୍ରକ୍ ମାଲିକମାନେ ନାହିଁ ନଥିବା କ୍ଷତି ସହିବେ ବୋଲି ଟ୍ରକ୍ ମାଲିକ ସଂଘ ଅଭିଯୋଗ କରିଛି ।

Leave A Reply

Your email address will not be published.