କାରଣ ଦର୍ଶାଅ ନୋଟିସ ଦେବାରୁ ସିଆରସିସିଙ୍କୁ ଦୁର୍ବ୍ୟବହାର

ପଟ୍ଟାମୁଣ୍ଡାଇ ୦୨/୦୨: ଶୋ-କଜ ନୋଟିସ ଦେବାରୁ ସିଆରସିସିଙ୍କୁ ଦୁର୍ବ୍ୟବହାର । ଘଟଣା ହେଉଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଦକ୍ଷିଣୀ ଦିଆ ପ୍ରାଥମିକ ବିଦ୍ୟାଳୟର ଘଟିଛି ଏଭଳି ଘଟଣା ।ସୂଚନା ଅନୁସାରେ ଦକ୍ଷିଣୀ ଦିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ନିରୂପମା ମାନସିଂ ଛୁଟି ଦରଖାସ୍ତ ନଦେଇ ନିଜ ମନ ମୁତାବକ ଘରେ ବାରମ୍ବାର ରହି ଆସୁଥିଲେ । କାର୍ଯ୍ୟରେ ଅବହେଳା କାରଣ ଦର୍ଶାଇ ଗତ ୨୫ ତାରିଖରେ ବ୍ଲକ ଶିକ୍ଷା ଅଧିକାରୀ ନିରୂପମାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ତେବେ ଏଥିରେ ଉତକ୍ଷୀପ୍ତ ହୋଇ ସିଆରସିସି ବିଶ୍ୱରଂଜନ ଦାସଙ୍କୁ ଶିକ୍ଷୟତ୍ରୀ ନିରୂପମା ବିଦ୍ୟାଳୟ ପରିଷରରେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । କେବଳ ସେତିକି ନୁହେଁ ମିଛ କେଶରେ ପକାଇ ଦେବା ଓ ଏବିଓଙ୍କୁ ଚପଲ ରେ ମାରିବା ଘଟଣା ସାମ୍ନାକୁ ଆସିଛି । ଏନେଇ ବିଶ୍ୱ ରଂଜନ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.