ପାଖେଇ ଆସୁଛି ମାଘମେଳା, ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କଲେ ପୁରୀ ଜିଲ୍ଲାପାଳ

କୋଣାର୍କ ୦୨।୦୨: ପାଖେଇ ଆସୁଛି ପ୍ରସିଦ୍ଧ ମାଘ ମେଳା । କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଚନ୍ଦ୍ରଭାଗ ମେଳାପଡିଆରେ ପହଞ୍ଚି ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଖବର ଅନୁଯାୟୀ, ଆସନ୍ତା ୭ତାରିଖରୁ ହେବାକୁ ଯାଉଛି ପ୍ରସିଦ୍ଧ ମାଘମେଳା । ପୁଷ୍କରଣୀ ଖନନ ସହିତ ବାରିକେଟ୍‌ କରାଯାଇଛି । କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ମେଳା ପଡିଆ ସହ ଚନ୍ଦ୍ରଭାଗା ଠାରେ ୬ ଏବଂ ୭ ତାରିଖରେ ୧୪୪ ଧାରା ଲାଗୁ କରାଯିବ । ଚଳିତ ବର୍ଷ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କୁ ବୁଡ଼ ପକାଇବାକୁ ବାରଣ କରାଯାଇଥିବା ବେଳେ ପ୍ରଶାସନିକ ଅଧିକାରୀ , ସେବାୟତ, ସାଧୁସନ୍ଥ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅନୁମତି ମିଳିବ । ତେବେ ପ୍ରସ୍ତୁତି କାର୍ଯ୍ୟ କିପରି ଚାଲିଛି । ସେନେଇ ଜିଲ୍ଲାପାଳ ଆଜି ଚନ୍ଦ୍ରଭାଗା ମେଳାପଡିଆରେ ପହଞ୍ଚି ସମସ୍ତ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ସେପଟେ ତିନି ଠାକୁର , ଦକ୍ଷିଣେଶ୍ୱର, ଇଶାଣେଶ୍ୱର, ତ୍ରି ବେଣୀଶ୍ୱରଙ୍କ ମନ୍ଦିର ଓ କିପରି ତିନି ଠାକୁର ସୁରକ୍ଷାରେ ଆସି ବୁଡ ପକାଇବେ ।  ସେଥିପାଇଁ ପୁରୀ ଜିଲ୍ଲାପାଳ କୋଣାର୍କ ଏନ୍‌ଏସି ଅଧିକାରୀ, ଗୋପ, କାକଟପୁର, ଅସ୍ତରଙ୍ଗ ବିଡିଓ ଓ ତହସିଲଦାରଙ୍କୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.