ସାକାର ହେଲା କନ୍ଧମାଳ ପିପୁଲସ ଫରମର ସ୍ବପ୍ନ . ଓଡ଼ିଶାକୁ ୯,୭୩୪ କୋଟିର ରେଳ ଅନୁଦାନ ଜାଣନ୍ତୁ କନ୍ଧମାଳକୁ କେତେ ?

ଭୁବନେଶ୍ୱର : ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ପାଇଁ ଚଳିତ  ଆର୍ଥିକ ବର୍ଷରେ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୯ ହଜାର ୭୩୪ କୋଟି ଟଙ୍କା ଅନୁଦାନ ମିଳିଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୭୬ ପ୍ରତିଶତ ଅଧିକ ଅନୁଦାନ ବଢିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ,ମୋଦି ସରକାର ପୂର୍ବୋଦୟ ମିଶନରେ ଓଡିଶାରେ ରେଳ ଭିତ୍ତିଭୂମିର ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଇଛନ୍ତି । ଏହି ରେକର୍ଡ ସଂଖ୍ୟକ ଅର୍ଥ ରାଜ୍ୟରେ ରେଳ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ସହ ରାଜ୍ୟରେ ରେଳ ଭିତ୍ତିଭୂମିକୁ ସୁଦୃଢ କରିବ ଓ ଯାତ୍ରୀଙ୍କ ଗମନାଗମନକୁ ସୁଗମ କରିବ । ଓଡିଶା ତଥା ପୂର୍ବ ଭାରତର ବିକାଶ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରାଥମିକତାରେ ରହିଛି । ମୋଦି ସରକାରରେ ବିଗତ ୭ ବର୍ଷରେ ରେଳବାଇ କ୍ଷେତ୍ରରେ ଓଡିଶା ପ୍ରତି ଦୀର୍ଘ ଦିନର ଅବହେଳାକୁ ଦୂର କରାଯାଇ ରାଜ୍ୟକୁ ପ୍ରଚୁର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୬ ହଜାର ୯୯୫.୫୮ କୋଟି ଟଙ୍କା ଅନୁଦାନ ମିଳିଥିଲା। ହେଲେ ଚଳିତ ବର୍ଷ ଗତବର୍ଷ ଅପେକ୍ଷା ୭୬ ପ୍ରତିଶତ ଅଧିକ ଅନୁଦାନ ବଢିଛି । ଚଳିତଥର ବାସ୍ତବ ସ୍ଥିତି ଓ ପ୍ରକଳ୍ପର କାମକୁ ତ୍ୱରାନ୍ୱିତ କରିବା ଆଧାରରେ ବଜେଟ୍ ପୂର୍ଣ୍ଣାଙ୍ଗ ହୋଇଛି । ପ୍ରତି ପ୍ରକଳ୍ପର ଆବଶ୍ୟକତା ବିଚାରକୁ ନିଆଯାଇ ଅର୍ଥ ଅନୁଦାନ ଦିଆଯାଇଛି । ମିଶନ ପୂର୍ବଦୋୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କଳ୍ପନା କରାଯାଇଥିବା ବେଳେ ଦେଶର ବିକାଶ ପୂର୍ବ ଭାରତର ନେତୃତ୍ୱ ଦ୍ୱାରା ସମ୍ଭବ ବୋଲି ଏହା ସୁନିଶ୍ଚିତ କରୁଛି । ମୋଦି ସରକାର ଓଡିଶାକୁ ରେଳ କ୍ଷେତ୍ରରେ ପ୍ରାଥମିକତା ଦେଇଛନ୍ତି । ଯାହା ମୋଦି ସରକାରଙ୍କ ଓଡିଶାର ବିକାଶ ପାଇଁ ଥିବା ଅଙ୍ଗିକାରବଦ୍ଧତାକୁ ଦର୍ଶାଉଛି । ଚଳିତ ବଜେଟରେ ବହୁ ପ୍ରତିକ୍ଷୀତ ୨୮୯ କିମି ଖୋର୍ଦ୍ଧା ରୋଡ- ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ପାଇଁ ୮୯୧ କୋଟି ଟଙ୍କା ଅନୁଦାନ ଦିଆଯାଇଛି । ଏହି ଅନୁଦାନ ପଶ୍ଚିମ ଓଡିଶାବାସୀଙ୍କ ବହୁ ପ୍ରତିକ୍ଷୀତ ରେଳ ପ୍ରକଳ୍ପକୁ ତ୍ୱରାନ୍ୱିତ କରାଇବ ।ଏହାବାଦ ବଜେଟରେ ୯୮.୭ କିମିର ଅନୁଗୁଳ-ସୁକିନ୍ଦା ରୋଡ୍ ଲାଇନ ପାଇଁ ୪୭୫ କୋଟି ଟଙ୍କା , ୮୨ କିମି ହରିଦାସପୁର-ପାରାଦୀପ ରେଳ ଲାଇନ ପାଇଁ ୮୫ କୋଟି ଟଙ୍କା ଦିଆଯାଇଛି । ଏହା ଦ୍ୱାରା ଏହି ପ୍ରକଳ୍ପର କାମ ତ୍ୱରାନ୍ୱିତ ହେବ । ସେହିପରି ତାଳଚେର-ବିମଳାଗଡ ୧୫୪ କିମି ରେଳ ଲାଇନ ପାଇଁ ୨୫୦ କୋଟି ଟଙ୍କା ଦିଆଯାଇଥିବା ବେଳେ ଭଦ୍ରକ – ନିଗୃଣ୍ଡି ତୃତୀୟ ଲାଇନ ପାଇଁ ୩୫୧ କୋଟି, ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ ପାଇଁ ୧୬୪ କୋଟି, ସମ୍ବଲପୁର- ଟିଟିଲାଗଡ ୧୮୨.୧୧ କିମି ରେଳ ଲାଇନ ଦୋହରିକରଣ ପାଇଁ ୯୯ କୋଟି ଟଙ୍କା, ସମ୍ବଲପୁର-ତାଳଚେର ରେଳ ଲାଇନର ଦୋହରିକରଣ ପାଇଁ ୧୭୨ କୋଟି ଟଙ୍କା, ଝାରସୁଗୁଡା-ବିଳାସପୁର ଚତୁର୍ଥ ଲାଇନ ପାଇଁ ୭୧୭ କୋଟି ଟଙ୍କା ଦିଆଯାଇଛି ।ଜୟପୁର –ମାଲକାନଗିରି ୧୩୦ କିମି ପାଇଁ ୧୩ କୋଟି ଟଙ୍କା, ଜୟପୁର- ନବରଙ୍ଗପୁର ପାଇଁ ୮୧ କୋଟି ଟଙ୍କା ଦିଆଯାଇଛି । ଏହି ସବୁ ଅର୍ଥ ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।  ଏହାବ୍ୟତିତ ଯାତ୍ରୀ ସୁବିଧା ପାଇଁ ୩୦୪.୧୭ କୋଟି ଟଙ୍କା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଛନ୍ତି ।କଂଗ୍ରେସ ସରକାରରେ ୨୦୦୯-୧୪ ମଧ୍ୟରେ ଓଡିଶାକୁ ରେଳ ଅନୁଦାନ ବାବଦକୁ ବାର୍ଷିକ ହାରାହାରି ମାତ୍ର ୮୩୮ କୋଟି ଟଙ୍କା ଦିଆଯାଇଥିଲା । ମାତ୍ର ମୋଦି ସରକାରରେ ୨୦୧୪ରୁ ବାର୍ଷିକ ହାରାହାରି ପ୍ରାୟ ୫୦୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦିଆଯାଉଛି ବୋଲି ସେ କହିଛନ୍ତି । ତେବେ ପୂର୍ବରୁ କନ୍ଧମାଳକୁ ରେଳ ସଂଯୋଜ ପାଇଁ ବହୁ ବାର ଦାବି କରି ଆସୁଥିଲା କନ୍ଧମାଳ ପିପୁଲସ ଫୋରମ. ଏନେଇ ପୂର୍ବରୁ ଅନେକ ଥର କନ୍ଧମାଳ ପିପୁଲସ ଫୋରମର ସଭାପତି ରାଧା ମୋହନଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ଧାରଣା ସହ ଦାବି ମଧ୍ୟ କର ଯାଉଥିଲା . ପୂର୍ବରୁ ଅନେକ ଥର ବ୍ୟକ୍ତିଗତ ଭାବେ କନ୍ଧମାଳ ପିପୁଲସ ଫୋରମର ସଭାପତି ରାଧା ମୋହନ ରେଳ ବିଭାଗର ଅନେକ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଭେଟି ଦାବି ସମ୍ପର୍କରେ ଜଣାଇଥିଲେ. ଶେଷରେ ସବୁ କଳ୍ପନା ଜଳ୍ପନାର ଅଂଟା ଘଟିଛି ତେଣୁ ଏନେଇ କନ୍ଧମାଳ ବାସି ଏହାର ସମସ୍ତ ଶ୍ରେୟ କନ୍ଧମାଳ ପିପୁଲସ ଫୋରମର ସଭାପତି ରାଧା ମୋହନ ଏବଂ ସମସ୍ତ ମେମ୍ବର ମାନଙ୍କୁ ଦେଇଛନ୍ତି

gpkandhamal

Umasankar Adv
Leave A Reply

Your email address will not be published.