ଅଷ୍ଟ୍ରେଲିଆ ଗଣମାଧ୍ୟମର ଦାବି: ଗଲୱାନ୍ ସଂଘର୍ଷ ସମୟରେ ନଦୀରେ ଭାସିଗଲେ ୩୮ ଚୀନ ସୈନିକ

ନୂଆଦିଲ୍ଲୀ, ଫେବ୍ରୁଆରୀ ୦୩ : ପୂର୍ବ ଲଦ୍ଦାଖର ଗଲୱାନ ଘାଟୀରେ ୨୦୨୦ ଜୁନ ମାସରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଏହି ହିଂସାରେ କର୍ଣ୍ଣେଲ ସନ୍ତୋଷ ବାବୁ ସମେତ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ । କିନ୍ତୁ ଚୀନ ଉପରେ ସଂଘର୍ଷ ପରେ ନିଜର ସୈନିକଙ୍କ ମୃତ୍ୟୁ ଲୁଚାଇବା ଅଭିଯୋଗ ହୋଇଆସୁଛି । ଏବେ ଏହି ମାମଲାର ବଡ଼ ଖୁଲାସା ହୋଇଛି । ହିଂସା ସମୟରେ ଚୀନର ୩୮ ଜଣ ସୈନିକ ନଦୀରେ ପ୍ରବାହିତ ହୋଇଯାଇଥିଲେ । ଅଷ୍ଟ୍ରେଲିଆର ଗଣମାଧ୍ୟମ ଏହି ଦାବି କରିଛି । କିନ୍ତୁ ଚୀନ କହିଥିଲା ଯେ, ଗଲୱାନ ହିଂସାରେ ୪ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା । ଅଷ୍ଟ୍ରେଲିଆର ଖବରକାଗଜ ‘ଦ କ୍ଲାକ୍ସନ’ରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଗଲୱାନ ସଂଘର୍ଷରେ ଚୀନର ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ)ର ଅନେକ ଯବାନ ନଦୀରେ ପ୍ରବାହିତ ହୋଇଯାଇଥିଲେ । ଅଷ୍ଟ୍ରେଲୀୟ ଗଣମାଧ୍ୟମର ଏହି ରିପୋର୍ଟ ପୁଣି ଥରେ ଚୀନର ମିଛକୁ ବିଶ୍ୱ ଆଗରେ ଉଜାଗର କରିଦେଇଛି । ରିପୋର୍ଟରେ ଚୀନ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ୱେଇବୋ ପକ୍ଷରୁ କୁହାଯାଇଛି ଯେ, ଘଟଣାଦିନ ରାତିରେ ୩୮ ଜଣ ସୈନିକ ପାଣିରେ ବୁଡ଼ିଯାଇଥିଲେ । କିନ୍ତୁ ଚୀନ ମାତ୍ର ୪ ଜଣ ସୈନିକଙ୍କ ମୃତ୍ୟୁ ନେଇ ମୁହଁ ଖୋଲିଥିଲା । ଘଟଣା ଦିନ କ’ଣ ହୋଇଥିଲା, ସେବାବଦରେ ମଧ୍ୟ ଚୀନ ତଥ୍ୟ ଲୁଚାଇ ରଖିଛି । 

Leave A Reply

Your email address will not be published.