ରାଜଧାନୀରେ ପୁଣି ମାତିଲେ ଲୁଟେରା

ଭୁବନେଶ୍ୱର, ଫେବୃଆରୀ ୪ : ରାଜଧାନୀରେ ଥମିବାର ନା ନେଉନି ଲୁଟେରାଙ୍କ ଦୌରାତ୍ମ୍ୟ । ପୁଣି ଥରେ ମାତିଛନ୍ତି ଲୁଟେରା । ମାଛ ବେପାରୀଙ୍କ ଠାରୁ ଲୁଟିନେଇଛନ୍ତି ଟଙ୍କା । ସୂଚନା ଅନୁସାରେ, ଭୁବନେଶ୍ୱର ବାଳକାଟି ଅଞ୍ଚଳର ଜଣେ ମାଛ ବ୍ୟବସାୟୀ ଶୁକ୍ରବାର ଭୋର ସମୟରେ ଘରୁ ୫୦ ହଜାର ଟଙ୍କା ନେଇ ନିଜର ଆକ୍ଟିଭାରେ ଯାଉଥିଲେ । କଳ୍ପନା ଛକ ପାଠରେ ପହଞ୍ଚିବା ପରେ ୩ ଜଣ ଲୁଟେରା ଏକ ବାଇକରେ ଆସି ମାଛ ବେପାରୀଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କ ପାଖରେ ଥିବା ୫୦ ହଜାର ଟଙ୍କା ଲୁଟି ନେଇଥିଲେ । ଏହାସହିତ ତାଙ୍କ ଆକ୍ଟିଭାକୁ ବି ଛଡାଇ ନେଇଥିଲେ । ଏନେଇ ମାଛ ବ୍ୟବସାୟୀ ଥାନାରେ ଅଭିଯୋଗ କରିଛନ୍ତି । ତେବେ ବ୍ୟବସାୟୀଙ୍କ ଗାଡିକୁ ଶିଶଉ ଭବନ ଛକ ନିକଟରୁ ଠାବ କରାଯାଇଛି । ହେଲେ ଲୁଟେରାଙ୍କ ପତ୍ତା ଏଯାଏ ମିଳିନଥିବା ବେଳେ ପୋଲିସ ଛାନଭିନ ଜାରି ରଖିଛି । 

Leave A Reply

Your email address will not be published.