ଫୁଲବାଣୀରେ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା

ଫୁଲବାଣୀ, ଫେବୃଆରୀ ୪ : ଫୁଲବାଣୀରେ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା । ଦୂର୍ଘଟଣାରେ ପ୍ରାଣ ହରାଇଲେ ୩ ଜଣ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଫୁଲବାଣୀ ସହର କୋଟଗଡ଼ ଥାନା କୁଟିବାଲି ନିକଟରେ ଏକ ଭ୍ୟାନ୍ ଅତି ଦୃତ ଗଚ୍ଛିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟିହୋଇ ଦୂର୍ଘଟଣା ଗ୍ରସ୍ତ ହୋଇଛି ।ଏହି ଦୂର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଭ୍ୟାନରେ ୩୦ରୁ ଅଧିକ ଲୋକ ରହିଥିବା ବେଳେ ଅଧିକାଂଶ ଲୋକ ଗୁରୁତର ଭାବରେ ଆହାତ ହୋଇଥିବା ଜଣାପଡିଛି । ତେବେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଆହାତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇବା ସହିତ ମୃତକଙ୍କ ପରିଚୟ ଖୋଜିବା ଆରମ୍ଭ କରିଛି ।

Leave A Reply

Your email address will not be published.