ଆଜିଠୁ ଆରମ୍ଭ ହେଉଛି ପ୍ରସିଦ୍ଧ ଖଣ୍ଡଗିରି ମେଳା

ଭୁବନେଶ୍ୱର, ଫେବ୍ରୁଆରୀ 7 : ଆଜିଠୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି ମେଳା । ଯେହେତୁ ଖଣ୍ଡଗିରି ମେଳାରେ ବହୁ ସଂଖ୍ୟାରେ ଲୋକେ ଏକଜୁଟ ହୋଇଥାନ୍ତି, ତେଣୁ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କାକୁ ଦେଖି ଚଳିତବର୍ଷ ଏହି ମେଳାକୁ ବାତିଲ କରାଯିବାକୁ ନିଷ୍ପତ୍ତି ହୋଇଛି । ମେଳା କେବଳ ମନ୍ଦିର ଭିତରେ ସୀମିତ ରହିବ । କୋଭିଡ୍ କଟକଣା ମଧ୍ୟରେ ଖଣ୍ଡଗିରିରେ ପୂଚ୍ଚାର୍ଚ୍ଚନା ଓ ରୀତିନୀତି ସମ୍ପାଦିତ ହେବ । କୌଣସି ଅପେରା, ମେଳା ଓ ଦୋକାନ ଖୋଲିବାକୁ ଅନୁମତି ଦେଇନାହିଁ ପ୍ରଶାସନ । କଟକଣା ଉଲ୍ଲଂଘନ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣର ଦାୟିତ୍ବ ଖୋର୍ଦ୍ଧା ଜିଲ୍ଲାପାଳଙ୍କର ରହିଛି । ଗତବର୍ଷ କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଖଣ୍ଡଗିରି ମେଳାକୁ ମଧ୍ୟ ବିଏମସି ବାତିଲ କରିଥିଲା।

Leave A Reply

Your email address will not be published.