ୟୁକ୍ରେନ୍ ଉପରେ ଆକ୍ରମଣ ପାଇଁ ୭୦% ପ୍ରସ୍ତୁତି କରିସାରିଛି ରୁଷିଆ

ନୂଆଦିଲ୍ଲୀ, ଫେବ୍ରୁଆରୀ ୦୭ : ୟୁକ୍ରେନ୍ ଉପରେ ଅତର୍କିତ ଭାବେ ଆକ୍ରମଣ କରିବା ପାଇଁ ରୁଷିଆ ୭୦ ପ୍ରତିଶତ ପ୍ରସ୍ତୁତି କରିସାରିଛି । ଆମେରିକୀୟ ଅଧିକାରୀମାନେ ଏହି ଦାବି କରୁଛନ୍ତି । ଆମେରିକା କହିଛି ଯେ, ୟୁକ୍ରେନ୍ ଉପରେ ରୁଷିଆ ଯେକୌଣସି ସମୟରେ ଅତର୍କିତ ଆକ୍ରମଣ କରିପାରେ । ଫେବ୍ର୍ରୁଆରୀ ମଧ୍ୟରୁ ୟୁକ୍ରେନ୍ ସୀମା ପର୍ଯ୍ୟନ୍ତ ଅତିରିକ୍ତ ସେନା, ଯୁଦ୍ଧ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ପହଞ୍ଚାଇବ । ସୁଯୋଗ ମିଳିଲେ ଯେକୌଣସି ସମୟରେ ଆକ୍ରମଣ କରିବ । ରୁଷିଆ ଏହା ପୂର୍ବରୁ ସୀମାରେ ୧ ଲକ୍ଷ ସୈନିକଙ୍କୁ ମୁତୟନ କରସାରିଛି । କିନ୍ତୁ ରୁଷିଆ କହୁଛି ଯେ, ନିଜର ସେନା ଅଭ୍ୟାସ ପାଇଁ ମୁତୟନ ଅଛନ୍ତି ।  ଆମେରିକା ଓ ନାଟୋ ସହଯୋଗୀଙ୍କ କହିବା ଅନୁସାରେ ରୁଷିଆର ଲକ୍ଷ୍ୟ ଯେ, ୟୁକ୍ରେନ୍‌କୁ ତାର ରକ୍ଷା ପାଇଁ ସୁଯୋଗ ଦେବ ନାହିଁ । ୟୁକ୍ରେନ୍‌ର ରାଜଧାନୀ ଠାରୁ ୭୫କିମି ଦୂରରେ ରୁଷ ଦ୍ୱାରା ବୋମା ବିସ୍ଫୋରଣ କରାଯାଇଛି । ଆମେରିକୀୟ ଅଧିକାରୀମାନେ କହିଛନ୍ତ, ଆମକୁ ଜଣାନାହିଁ ଯେ, କୁଟନୈତିକ ଆଲୋଚନା ପରେ ମଧ୍ୟ ରୁଷିଆ କାହିଁକି ଆତ୍ମଘାତୀ ନିଷ୍ପତ୍ତି କାହିଁକି ନେଉଛି । 

Leave A Reply

Your email address will not be published.