ବନ୍ଦ ହୋଇଯିବ ଫେସ୍‌ବୁକ୍ ଓ ଇନ୍‌ଷ୍ଟାଗ୍ରାମ୍‌

ୱାଶିଂଟନ୍‌, ଫେବ୍ରୁଆରୀ ୦୭ : ଫେସ୍‌ବୁକ୍‌ର ମେଟା ପାଇଁ ୟୁରୋପରେ ଚ୍ୟାଲେଞ୍ଜ ବଢ଼ିବାରେ ଲାଗିଛି । ଏଥି ପାଇଁ କଂପାନୀ ଏଠାରେ ନିଜର କିଛି ସେବା ବନ୍ଦ କରିପାରେ । ରିପୋର୍ଟ ଅନୁସାରେ ମେଟା ନିଜର ବାର୍ଷିକ ରିପୋର୍ଟରେ କହିଛି ଯେ, ଯଦି କଂପାନୀକୁ ନିଜର ୟୁରୋପୀୟ ୟୁଜର୍ସଙ୍କ ଡାଟା ଆମେରିକା ୱେଷ୍ଟ ସର୍ଭିର୍ସ ଉପରେ ଟ୍ରାନ୍ସଫର, ଷ୍ଟୋର ଓ ପ୍ରୋସେସ କରିବାର ବିକଳ୍ପ ନ ମିଳେ, ତା’ହେଲେ ୟୁରୋପରେ ଫେସ୍‌ବୁକ୍ ଓ ଇନ୍‌ଷ୍ଟାଗ୍ରାମ ସେବା ବନ୍ଦ କରିବାକୁ ପଡ଼ିପାରେ । ୟୁରୋପରେ ବର୍ତ୍ତମାନ ସମୟରେ ଡାଟା ଟ୍ରାନ୍ସଫର କରିବାକୁ ନେଇ ବଡ଼ ପଦକ୍ଷେପ ନିଆଯାଇଛି । ଏପର୍ଯ୍ୟନ୍ତ କଂପାନୀକୁ ପ୍ରାଇଭେସୀ ସିଲ୍ଡ ଓ ଅନ୍ୟ ମଡେଲ ଏଗ୍ରୀମେଣ୍ଟ୍ ମାଧ୍ୟମରେ ଡାଟା ଟ୍ରାନ୍ସଫର ପାଇଁ ବିକଳ୍ପ ମିଳିପାରିନାହିଁ । ମେଟା ଏହାରି ସହଯୋଗରେ ୟୁରୋପୀୟ ୟୁଜର୍ସଙ୍କ ଡାଟା ଆମେରିକା ସର୍ଭରରେ ଷ୍ଟୋର କରି ରଖିଥିଲା । କିନ୍ତୁ ଦିନରେ ଏହି ଆଇନକୁ ଅମାନ୍ୟ କରିଦିଆଯାଇଥିଲା । ମିଡିଆ ରିପୋର୍ଟ ଅନୁସାରେ ୟୁଏଏସ୍ ସିକ୍ୟୁରିଟି ଓ ଏକ୍ସଚେଞ୍ଜ କମିଶନଙ୍କୁ ନିଜର ସଦ୍ୟତମ ରିପୋର୍ଟରେ ମେଟା କହିଛି ଯେ, ଯଦି ନୂଆ ଫ୍ୟେମ ୱାର୍କ ପ୍ରସ୍ତୁ କରା ନଯାଇଛି ଅଥବା ବର୍ତ୍ତମାନ ମଡେଲକୁ ବ୍ୟବହାର ପାଇଁ ସୁଯୋଗ ଦିଆ ନଯାଏ, ତା’ହେଲେ ୟୁରେପରେ ଫେସ୍‌ବୁକ୍ ଓ ଇନ୍‌ଷ୍ଟାଗ୍ରାମ ସେବା ବନ୍ଦ ହୋଇପାରେ । 

Leave A Reply

Your email address will not be published.