ରାଜ୍ୟରେ ଆଜିଠୁ ଖୋଲିବ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର, ଫେବ୍ରୁଆରୀ 7 : ଆଜିଠୁ ଖୋଲିବ ଅଷ୍ଟମରୁ ପିଜି କ୍ଲାସ୍ । ପୂର୍ବରୁ ଛାତ୍ରଛାତ୍ରୀମାନେ ଅନଲାଇନ୍ ରେ ପଢୁଥିବା ବେଳେ ବର୍ତ୍ତମାନ କ୍ଲାସ୍ ରୁମ୍ ବସି ପାଠପଢି ପାରିବେ । ତେଣୁ କରୋନା ସଂକ୍ରମଣର ହ୍ରାସ ପରେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସମେତ ଅନ୍ୟାନ୍ୟ ବୈଷୟିକ ଓ ପ୍ରଫେସନାଲ ଶିକ୍ଷାନୁଷ୍ଠାନଗୁଡ଼ିକ ଆଜିଠାରୁ ଖୋଲିବ । ଆସନ୍ତା ୧୪ ତାରିଖରୁ କେଜିରୁ ସପ୍ତମ ଶ୍ରେଣୀ ଯାଏଁ ସ୍କୁଲରେ ପାଠପଢ଼ା ଆରମ୍ଭ ହେବ। ଆଜି ଠାରୁ ଅଷ୍ଟମ ପିଲା ୧୦ଟାରୁ ୧ଟା ପର୍ଯ୍ୟନ୍ତ କ୍ଲାସ୍ କରିବାକୁ ଥିବା ବେଳେ ନବମରୁ ଦ୍ୱାଦଶ ଶ୍ରେଣୀ ଦିନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କ୍ଲାସ ହେବ । କୋଭିଡ କଟକଣା ମଧ୍ୟରେ ପାଠପଢ଼ା ଚାଲିବ। ସ୍କୁଲ ଶିକ୍ଷକ କୋଭିଡ କଟକଣା ଅନୁପାଳନ ଉପରେ ନଜର ରଖିବେ । ଏହାକୁ ଦୃଷ୍ଟିରେ ରଖି କ୍ୟାମ୍ପସକୁ ବିଶୋଧନ କରାଯିବା ସହ କ୍ଲାସରୁମ୍ ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିଭଳି ସାମାଜିକ ଦୂରତା ରହିବ ସେନେଇ ବ୍ୟବସ୍ଥା ହୋଇଛି।

Leave A Reply

Your email address will not be published.