ସ୍ୱାମୀଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ୭୮ ବର୍ଷୀୟ ସ୍ତ୍ରୀ

ଲଖନଉ, ଫେବ୍ରୁଆରୀ ୦୭ : ଉତ୍ତର ପ୍ରଦେଶର କାନପୁର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଏହି ଅଞ୍ଚଳରେ ଜଣେ ୭୮ ବର୍ଷୀୟ ମହିଳା ନିଜର ୮୨ ବର୍ଷୀୟ ସ୍ୱାମୀଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ମହିଳା ଜଣକ ନିଜର ସ୍ୱାମୀଙ୍କ ବିରୋଧରେ ମାଡ଼ମାରିବା, ଘରୁ ବାହାର କରିଦେବା ଆଦି ଅଭିଯୋଗ ଆଣିଛନ୍ତି । ପୋଲିସ ଅଭିଯୋଗ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେଇ ସ୍ୱାମୀ ଗଣେଶ ଶୁକ୍ଳା ଓ ତାଙ୍କର ନାତି ସମେତ ୬ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ବରିଷ୍ଠ ନାଗରିକ ରଜନୀଶ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଯେ, ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ଭଲ ବ୍ୟବହାର କରନ୍ତି ଏବଂ ସ୍ତ୍ରୀ କିଛି ସଂପର୍କୀୟଙ୍କ ଚାପରେ ଥାନାରେ ଅଭିଯୋଗ କରିଛନ୍ତି । ସୂତ୍ର ଅନୁସାରେ ଏହା ପୂରା ପାରିବାରିକ ମାମଲା । ପୁଅ କହିଛନ୍ତି ଯେ, ବାପା ସେହି ସମୟରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ଯେତେବେଳେ ସେ ଶୁଣିଲେ ଯେ, ତାଙ୍କ ନାଁରେ ସ୍ତ୍ରୀଙ୍କ ଦ୍ୱାରା ଯୌତୁକ ନିର୍ଯାତନା ଅଭିଯୋଗ ଥାନାରେ ହୋଇଛି । ଓକିଲ ଶିବେନ୍ଦ୍ର କୁମାର କହିଛନ୍ତି ଯେ, ପରିବାରର ବରିଷ୍ଠ ସଦସ୍ୟଙ୍କୁ ଫସାଇବା ପାଇଁ ଯୌତୁକ ନିର୍ଯାତନା ଆଇନର ଦୁରୂପଯୋଗ କରାଯାଇଛି ।

Leave A Reply

Your email address will not be published.