ଆଜି ବିଜନୌରରେ ପ୍ରଧାନମନ୍ତ୍ରୀ ମୋଦୀ-ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସଭା

ନୂଆଦିଲ୍ଲୀ/ଲଖନଉ, ଫେବ୍ରୁଆରୀ ୦୭ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ରାଜନୈତିକ ଦଳମାନେ ନିଜର ପ୍ରଚାରକୁ ତୀବ୍ର କରିଦେଇଛନ୍ତି । ଏହି କ୍ରମରେ ଭାରତୀୟ ଜନତା ପାର୍ଟି ସବୁଠାରୁ ଆଗରେ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ବିଜନୌରରେ ଜନସଭାକୁ ସମ୍ବୋଧିତ କରିବେ । ଏଥିପାଇଁ ମଂଚ ପ୍ରସ୍ତୁତି ଶେଷ ହୋଇଛି । ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ ବିଜନୌର ଅଭିମୁଖେ ବାହାରିବେ । ମୋଦୀ ୧୧ଟା୨୦ରେ ସଭାସ୍ଥଳକୁ ପହଞ୍ଚିବେ । ବର୍ଦ୍ଧମାନ ଡିଗ୍ରୀ କଲେଜ ପରିସରରେ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଓ ବିଜେପିର ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବାହ୍ନ ସାଢ଼େ ୧୦ଟାରେ ସଫଦରଜଂଗ ବିମାନବନ୍ଦରରୁ ବାହାରିବେ । ପୂର୍ବାହ୍ନ ୧୧ଟା ୨୦ରେ ବିଜନୌର ପହଞ୍ଚିବେ । ୧୧ଟା ୩୦ରେ ସଭା ଆରମ୍ଭ ହେବ । ଅପରାହ୍ନ ୧୨ଟା ୪୦ରେ ବିଜନୌରରୁ ବାହାରି ଅପରାହ୍ନ ୧ଟା ୩୦ରେ ସଫଦରଜଂଗ ବିମାନବନ୍ଦରକୁ ଫେରିଆସିବେ । ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ  ଆସନ୍ତା ୧୦ ତାରିଖ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ । ଫେବ୍ରୁଆରୀ ୧୪ରେ ୨ୟ, ୨୦ରେ ୩ୟ, ୨୩ରେ ୪ର୍ଥ, ୨୭ରେ ୫ମ, ମାର୍ଚ୍ଚ ୩ରେ ୬ଷ୍ଠ ଓ ୧୦ରେ ଶେଷ ତଥା ସପ୍ତମ ପର୍ଯ୍ୟାୟରେ ମତଦାନ ହେବ । ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।

Leave A Reply

Your email address will not be published.