କରୋନା କଟକଣା ମଧ୍ୟରେ ସରିଲା ମାଘବୁଡ଼

କୋଣାର୍କ , ଫେବ୍ରୁଆରୀ ୦7 : କରୋନା କଟକଣା  ମଧ୍ୟରେ ସରିଲା ମାଘବୁଡ଼ । ଚଳିତବର୍ଷ ଚନ୍ଦ୍ରଭାଗା ମେଳାରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଯାହାଫଳରେ ଏଥର ମାଘ ସପ୍ତମୀ ଫିକା ପଡ଼ିଛି । କୋଣାର୍କ ଚନ୍ଦ୍ରଭାଗା ମେଳା ପଡ଼ିଆ, ତୀର୍ଥ ପୁଷ୍କରିଣୀ, ନବଗ୍ରହ ମନ୍ଦିରରେ ୫ ଶହ ଲୋକଙ୍କୁ ନେଇ ଏହି ମେଳା ସମ୍ପର୍ଣ୍ଣ ହୋଇଛି ସୁରକ୍ଷା ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ ୧୪ ପ୍ଲାଟୁନ ପୋଲିସ ଫୋର୍ସ,୮ ଜଣ ଡିଏସପି,୧୪ ଜଣ ଇନ୍ସପେକ୍ଟର ସହ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଗତକାଲି ଅପରାହ୍ନ ୪ଟାଠାରୁ ଆଜି ସକାଳ ୯ ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଚନ୍ଦ୍ରଭାଗା ବୁଡ ପକାଇବା ନିମନ୍ତେ ଭିଡ଼ ହେବା ସହ ସାମାଜିକ ଦୂରତ୍ଵ ରକ୍ଷା ନିୟମ ଉଲଂଘନ ଏବଂ କରୋନା ବ୍ୟାପିବାର ଆଶଙ୍କା ଥିବାରୁ ଏଭଳି କଟକଣା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ନୀତିକାନ୍ତି ସହ ଜଡିତ ଥିବା ସେବାୟତ ଦାୟିତ୍ଵରେ ଥିବା ସରକାରୀ ଅଧିକାରୀ, ସ୍ଥାନୀୟ ଗଣାମଧ୍ୟମ ପ୍ରତିନିଧି ଏବଂ ସ୍ବୀକୃତିପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ପ୍ରବେଶ ଅନୁମତି ରହିବ। ଉପଜିଲାପାଳ ଭବତାରଣ ସାହୁ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିର୍ଦ୍ଦେଶନାମାର କଡ଼ାକଡ଼ି ପାଳନ ନିମନ୍ତେ ସମ୍ପୃକ୍ତ ଥାନାଧିକାରୀଙ୍କୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି

Leave A Reply

Your email address will not be published.