କଂଗ୍ରେସ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ପରେ ସିଦ୍ଧୁଙ୍କୁ ନେଇ ଚରଣଜୀତ ସିଂହ ଚନ୍ନୀ କ’ଣ କହିଲେ ଜାଣନ୍ତୁ

ଚଣ୍ଡୀଗଡ଼, ଫେବ୍ରୁଆରୀ ୦୭ : ପଂଜାବରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ପଂଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସନ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚରଣଜୀତ ସିଂହ ଚନ୍ନୀଙ୍କ ନାମ ଘୋଷଣା କରିସାରିଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀ ଗଣମାଧ୍ୟମର ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ପୂର୍ବରୁ ୩ ଜଣଙ୍କ ନାଁ ଉପରେ ଚର୍ଚ୍ଚା ହେଉଥିଲା । ଏଥିରେ ନବଜ୍ୟୋତ ସିଂହ ସିଦ୍ଧୁ ଓ ଜାଖଡ ସାହେବଙ୍କ ସମେତ ମୁଁ ମଧ୍ୟ ଥିଲି । କଂଗ୍ରେସ ମୋ ନାଁକୁ ଚୟନ କରିଛି । ମୁଁ ଓ ସିଦ୍ଧୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ଦୌଡ଼ି ନଥିଲୁ । ଘୋଷଣା ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା ଯେ, ପାର୍ଟି ଯାହା ନିଷ୍ପତ୍ତି ନେବ ସମସ୍ତଙ୍କୁ ଏହା ସ୍ୱୀକାର କରିବାକୁ ପଡ଼ିବ । ଚନ୍ନୀ କହିଛନ୍ତି ଯେ, ସିଦ୍ଧୁଙ୍କ ସହିତ ଭଲ ସଂପର୍କ ରହିଛି । ମୁଁ ମଙ୍ଗଳବାର ସିଦ୍ଧୁଙ୍କ ଘର ଅମୃତସର ଯାଉଛି । ଭଲ ସଂପର୍କ ଓ ଏକାଠି ହୋଇ ପଂଜାବ ପାଇଁ କାମ କରିବା ନେଇ ଆଲୋଚନା ହେବ । ମୁଖ୍ୟମନ୍ତ୍ରୀ ଚନ୍ନୀ କହିଛନ୍ତି, ୨ଟି ଆସନରେ ନିର୍ବାଚନ ଲଢ଼ିବି ଏବଂ ବଡ଼ ବ୍ୟବଧାନରେ ନିର୍ବାଚନ ଜିତିବି । ଲୋକେ କଂଗ୍ରେସ ସହିତ ଅଛନ୍ତି । ପଂଜାବରେ ମଜବୁତ ସରକାର ଗଢ଼ିବାକୁ ଚାହୁଁଛନ୍ତି । ପଂଜାବକୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ହାତରୁ ବଞ୍ଚିବାର ଅଛି । 

Leave A Reply

Your email address will not be published.