ଆମେରିକାରେ ୧୪ ଗୁଣ ହ୍ରାସ ପାଇଲା କରୋନା

ୱାଶିଂଟନ୍‌, ଫେବ୍ରୁଆରୀ ୦୭ : ଆମେରିକାବାସୀଙ୍କୁ କରୋନା ଭାଇରସ୍‌ରୁ ବଡ଼ ଆଶ୍ୱସ୍ତି ମିଳିଛି । ଦୀର୍ଘ ଦିନ ପରେ ଆକ୍ରାନ୍ତଙ୍କ ତୁଳନାରେ ପାଖାପାଖି ୨ ଗୁଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଗତମାସ ଗୋଟିଏ ଦିନରେ ଏଠାରେ ୭ ଲକ୍ଷ ଲୋକ ନୂଆ ପଜିଟିଭ ଚିହ୍ନଟ ହୋଇଥିଲେ । କିନ୍ତୁ ବିଗତ ୨୪ ଘଣ୍ଟା ମଧ୍ୟରେ ଏହା ୫୦ ହଜାର ୫୬୧କୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୯୩ ହଜାର ୭୫୬ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ୩୬୯ ଜଣଙ୍କର ମୃତ୍ୟୁ ହୋଇଛି ।  ଆମେରିକାରେ ଏପର୍ଯ୍ୟନ୍ତ ମୋଟ ୭ କୋଟି ୮୦ ଲକ୍ଷ ୧୭ ହଜାର ୨୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ କୋଟି ୭୯ ଲକ୍ଷ ୯୪ ହଜାର ୮ ଜଣ ସୁସ୍ଥ ହୋଇଛନ୍ତି । କରୋନା ଯୋଗୁଁ ଦେଶରେ ୯ ଲକ୍ଷ ୨୬ ହଜାର ୨୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ୨ କୋଟି ୯୦ ଲକ୍ଷ ୯୭ ହଜାର ୨୨୦ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ଏଥିରୁ ୨୦ ହଜାର ୧୧୨ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି । ଫ୍ରାନ୍ସରେ ଏହାରି ମଧ୍ୟରେ ୨ କୋଟି ୭ ଲକ୍ଷ ୫୮ ହଜାର ୩୭୧ ଜଣ ଲୋକଙ୍କୁ କରୋନା ହୋଇସାରିଛି । ଏଥିରୁ ୧ କୋଟି ୪୧ ଲକ୍ଷ ୪୨ ହଜାର ୧୫୧ ଜଣ ସୁସ୍ଥ ହୋଇଥିବା ବେଳେ ୧ଲକ୍ଷ ୩୨ ହଜାର ୫୦୬ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୬୪ ଲକ୍ଷ ୮୩ ହଜାର ୭୧୪ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ଥିବା ବେଳେ ୩୬୪୧ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଏତଦ ବ୍ୟତୀତ ବ୍ରାଜିଲ, ବ୍ରିଟେନ୍‌, ରୁଷିଆ, ତୁର୍କି, ଇଟାଲି, ସ୍ପେନ ଓ ଜର୍ମାନୀରେ ମଧ୍ୟ କରୋନା କାୟା ବସ୍ତାରଲାଭ କରିଛି । 

Leave A Reply

Your email address will not be published.