ଉତ୍ତର ପ୍ରଦେଶ ନିର୍ବାଚନ: କଂଗ୍ରେସର ଟିକେଟ ପସନ୍ଦ ହେଲାନି, ବିଜେପିରେ ଯୋଗଦେଲେ ଏହି ନେତ୍ରୀ

ଲଖନଉ, ଫେବ୍ରୁଆରୀ ୦୭ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ରବିବାର ପୁଣି ୪୫ ଜଣିଆ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ପାର୍ଟି ଲଖନଉ ସରୋଜିନୀ ନଗର ଟିକେଟ ଉପରେ ନଜର ରଖିଥିବା ରାଜ୍ୟ ବିଜେପି ଉପସଭାପତି ଦୟାଶଙ୍କର ସିଂହଙ୍କୁ ବଲିଆନଗରରୁ ପ୍ରାର୍ଥୀ କରିଛି । ବାରବାଙ୍କୀରୁ ରାମ କୁମାରୀ ମୌର୍ଯ୍ୟ, ଆମେଥୀରୁ ସଂଜୟ ସିଂହ, ସଗଡ଼ିରୁ ବନ୍ଦନା ସିଂହ, ମୋହମ୍ମଦାବାଦରୁ ଅଲକା ରାୟ, ଗାଜୀପୁରରୁ ରାଜ୍ୟ ସଂଗୀତା ବଳୱନ୍ତ ବିନ୍ଦଙ୍କୁ ଟିକେଟ ମିଳିଛି ।  ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଏକ ଝଟକା ଲାଗିଛି । କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ହେବା ପରେ ‘ହାତ’ ଦଳର ନେତା ମନୀଷ ଜୟସୱାଲ ପଦ୍ମ ଧରିଛନ୍ତି । ମନୀଷଙ୍କୁ ବିଜେପି ପଡରୌନାରୁ ଟିକେଟ ଦେଇଛି । ସେହିପରି ନିର୍ବାଚନ ପୂର୍ବରୁ ଗୋଣ୍ଡା ଜିଲ୍ଲା ତରବଗଂଜ ବିଧାନସଭା ଆସନରୁ କଂଗ୍ରେର ଘୋଷିତ ପ୍ରାର୍ଥୀ ସବିତା ପାଣ୍ଡେ ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କୁ ଲଖନଉ କାର୍ଯ୍ୟାଳୟରେ ବିଜେପି ସଦସ୍ୟ କରିଛି । ଏହା ପୂର୍ବରୁ ସମାଜବାଦୀ ପାର୍ଟି ସରକାରରେ ମନ୍ତ୍ରୀ ଥିବା ରାଜକୁମାରୀ କୁଶୱାହା ମଧ୍ୟ ବିଜେପି ଶିବିରରେ ଯୋଗଦେଇଛନ୍ତି । ଶୁକ୍ରବାର କଂଗ୍ରେସ ନେତା ମଧୁ ଶୁକ୍ଲା ସମେତ ଅନେକ ନେତା ବିଜେପିରେ ଯୋଗଦେଇଛନ୍ତି । ପୂର୍ବତନ ସମାଜବାଦୀ ଏମଏଲସି ପ୍ରଦୀପ ସିଂହ, କଂଗ୍ରେସର ପୂର୍ବତନ ନେତା ସୁଧା ଶୁକ୍ଲା, ବସ୍ତିରୁ ରାଜ୍ୟ ସଚିବ ସମାଜବାଦୀ ପାର୍ଟିର କୃଷ୍ଣଚନ୍ଦ୍ର ସିଂହ, ପ୍ରଗତିଶୀଳ ସମାଜବାଦୀ ପାର୍ଟିର ବରୁଣ କୁମାର ଗୁପ୍ତା ମଧ୍ୟ ବିଜେପିରେ ଯୋଗଦେଇଛନ୍ତି । 

Leave A Reply

Your email address will not be published.