ଡିଭାଡରକୁ ଧକ୍କା ଦେଇ ଜଳିଗଲା କାର୍‌, ଜୀଅନ୍ତା ଜଳିଲେ ୩ ଜଣ

ସୁଲତାନପୁର, ଫେବ୍ରୁଆରୀ ୦୭ : ଉତ୍ତର ପ୍ରଦେଶର ‘ପୂର୍ବାଞ୍ଚଳ ଏକ୍ସପ୍ରେସ୍‌-ୱେ’ରେ ରବିବାର ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଏକ ଦ୍ରୁତଗାମୀ କାର୍ ନିୟନ୍ତ୍ରଣ ହରାଇ ଡିଭାଡରକୁ ଜୋର୍‌ରେ ଧକ୍କା ଦେଇଛି । ଦୁର୍ଘଟଣାରେ ଭୀଷଣ ନିଆଁ ଜଳିଛି । ଫଳରେ କାର୍‌ରେ ଯାଉଥିବା ୩ ଜଣ ଲୋକ ଜୀଅନ୍ତା ଜଳିଯାଇଛନ୍ତି ।  ଏକ୍ସପ୍ରେସ୍‌-ୱେ ନିକଟ ଗାଁ ଲୋକେ କାର ଜଳୁଥିବା ଦେଖି ଘଟଣାସ୍ଥଳକୁ ପହଞ୍ଚିଥିଲେ । ସେମାନେ ଦମକଳ ବିଭାଗକୁ ଦୁର୍ଘଟଣା ସଂପର୍କିତ ସୂଚନା ଦେଇଥିଲେ । ଏହି ସମୟରେ କାର୍ ଭିତରେ ଥିବା ଲୋକେ ଛଟପଟ ହୋଇ କେବଳ ଚିତ୍କାର କରୁଥିଲେ । କିନ୍ତୁ ଆଖିଆଗରେ ଲୋକମାନେ ଜୀବନ ଜିଇଁବା ପାଇଁ ସଂଘର୍ଷ କରୁଥିଲେ ମଧ୍ୟ ଗାଁ ଲୋକଙ୍କ ପାଖରେ ବଞ୍ଚାଇବାକୁ ଆଉ କୌଣସି ଉପାୟ ନଥିଲା । କାରଣ କାର୍‌ରେ ଭୀଷଣ ଭାବରେ ନିଆଁ ଲାଗିଥିଲା । ତିନି ଜଣ ଲୋକ ଜୀଅନ୍ତା ଜଳିଯାଇଥିଲେ । ଗୋସାଇଗଞ୍ଜ ଥାନା ଅନ୍ତର୍ଗତ ଅରୱଲ କିରି କରୱତ ଗାଁ ନିକଟରେ ଏହି ଅଗ୍ନିକାଣ୍ଡ ଘଟଣା ଘଟିଥିଲା । ରବିବାର ସନ୍ଧ୍ୟା ସାଢ଼େ ୭ଟାରେ ଲଖନଉରୁ ଗାଜିପୁର ପଟକୁ ଯାଉଥିବା କାର ଅନିୟନ୍ତ୍ରିତ ହୋଇ ପୂର୍ବାଞ୍ଚଳ ଏକ୍ସପ୍ରେସ୍ ୱେର ଡିଭାଇଡରକୁ ଧକ୍କା ମାରିଥିଲା । ଦୁର୍ଘଟଣା ଭୟଙ୍କର ଥିବାରୁ କାର୍‌ରେ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକେ ଦମକଳ ବାହିନୀ ଓ ପୋଲିସକୁ ସୂଚନା ଦେଇଥିଲେ ।

Leave A Reply

Your email address will not be published.