ବିଶ୍ୱରେ ୫୭.୫୮ ଲକ୍ଷ ଲୋକଙ୍କ ମୃତ୍ୟୁ, ୩୯.୫୭ କୋଟି ଆକ୍ରାନ୍ତ

ନୂଆଦିଲ୍ଲୀ, ଫେବ୍ରୁଆରୀ ୦୭ : କରୋନା ଭାଇରସ୍ ଯୋଗୁଁ ଦୀର୍ଘ ୨ ବର୍ଷରୁ ଅଧିକ ସମୟ ହେଲା ସମଗ୍ର ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮ ଲକ୍ଷ ୫୪ ହଜାର ୭୪ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୧୮ ଲକ୍ଷ ୩୭ ହଜାର ୨୮୨ ଜଣ ସୁସ୍ଥ ହୋଇଥିଲା ବେଳେ ୬ହଜାର ୩୦୫ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ପର୍ଯ୍ୟନ୍ତ ବିଶ୍ୱରେ କରୋନା ଭାଇରସ ଯୋଗୁଁ ମୋଟ ୩୯ କୋଟି ୫୭ ଲକ୍ଷ ୯୯ ହଜାର ୭୦୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୧ କୋଟି ୪୫ ଲକ୍ଷ ୯୮ ହଜାର ୪୮ ଜଣ ସୁସ୍ଥ ହୋଇଥିଲା ବେଳେ ୫୭ ଲକ୍ଷ ୫୮ ହଜାର ୩୪୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ ଏବେ ୭ କୋଟି ୫୪ ଲକ୍ଷ ୪୩ ହଜାର ୩୦୭ ଜଣଙ୍କର ଚିକିତ୍ସା ଜାରି ଥିବା ବେଳେ ୯୦ ହଜାର ୬୧୫ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । 

Leave A Reply

Your email address will not be published.