କ୍ୟାନ୍ସର ସହ ଦୀର୍ଘ ଦିନର ଯୁଦ୍ଧ ପରେ ଶେଷରେ ହାରିଗଲେ ସୁରେଶ ରୈନାଙ୍କ ପିତା ତ୍ରିଲୋକ ଚନ୍ଦ ରୈନା

ନୂଆଦିଲ୍ଲୀ: ଆରପାରିରେ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ସୁରେଶ ରୈନାଙ୍କ ପିତା ତ୍ରିଲୋକ ଚନ୍ଦ ରୈନା । କ୍ୟାନ୍ସର ସହ ଦୀର୍ଘ ଦିନର ଯୁଦ୍ଧ ପରେ ଶେଷରେ ସେ ଆଜି ଗଜିଆବାଦ ସ୍ଥିତ ବାସଭବନରେ ଆଖି ବୁଜିଛନ୍ତି । ମୃତ ସୈନିକମାନଙ୍କ ପରିବାରକୁ ସବୁବେଳେ ସାହାଯ୍ୟ କରି ଆସୁଥିଲେ ରୈନାଙ୍କ ପିତା । ହକ ମୁତାବକ ଯବାନଙ୍କ ପରିବାରକୁ ସେ ଆର୍ଥିକ ସୁବିଧା ସହ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଥିଲେ । କିନ୍ତୁ ଏଭଳି ଜଣେ ହୃଦୟବାନ ବ୍ୟକ୍ତିଙ୍କର ଆଜି ତିରୋଧାନ ହୋଇଛି । ସୁଚନାଯୋଗ୍ୟ, କ୍ରିକେଟର ସୁଣେଶ ରୈନା ଚିନ୍ନା ଥାଲା ଏବଂ ମିଷ୍ଟର ଆଇପିଏଲ ଭାବରେ ମଧ୍ୟ ଖୁବ ପରିଚିତ । ୨୦୦୫ରେ ଇଣ୍ଡିଆନ ଟିମ ଡେବ୍ୟୁ କରିଥିବା ସୁରେଶ ରୈନା ଖୁବ କମ ସମୟ ମଧଙ୍ର ଭାରତର ପ୍ରିୟ କ୍ରିକେଟର ମାନଙ୍କ ମଧ୍ୟରୁ ଜଣେ ପାଲଟିଥିଲେ । କିନ୍ତୁ ଖରାପ ଫର୍ମ ପାଇଁ ଦୀର୍ଘ ଦିନ ଟିମରେ ସୁଯୋଗ ନ ମିଳିବାରୁ ୨୦୨୦ ଅଗଷ୍ଟ ୧୫ରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହିତ ସେ ମଧ୍ୟ କ୍ରିକେଟରୁ ସନ୍ୟାସ ନେଇଥିଲେ । ତେବେ ଆଇପିଏଲରେ ଏବେ ବି ସକ୍ରିୟ ଅଛନ୍ତି କ୍ରିକେଟର ସୁରେଶ ରୈନା ।

Leave A Reply

Your email address will not be published.