ଲତାଙ୍କ ବିୟୋଗରେ  କୋମଲ ଗାନ୍ଧାର ସଙ୍ଗୀତ ଅନୁଷ୍ଠାନ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି 

ଫୁଲବାଣୀ : ଚଳନ୍ତି ସରସ୍ୱତୀ ଲତା ମା ଙ୍କ ବିୟୋଗରେ କୋମଲ ଗାନ୍ଧାର ସଙ୍ଗୀତ ଅନୁଷ୍ଠାନ ତରଫରୁ ଶୋକ ପାଳନ କରାଗଲା । ମା ଙ୍କ ଦେହାନ୍ତ ଖବର ଶୁଣୁଶୁଣୁ ଅନୁଷ୍ଠାନ ର ଛାତ୍ରଛାତ୍ରୀ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ଏବଂ ଅନୁଷ୍ଠାନ ର ସଦସ୍ୟ ଓ କଳାକାର ମାନେ ସନ୍ଧ୍ୟାରେ ଶ୍ରଦ୍ଧାଞ୍ଜଳି ପ୍ରଦାନ ପୂର୍ବକ ଶୋକ ପାଳନ କରିଥିଲେ । ସଭାପତି ଗୋପୀନାଥ ରାଉତ, ସମ୍ପାଦକ ଅସିତ୍ ନନ୍ଦ ,ବଶିଷ୍ଠ ସଦସ୍ୟ ରମାକାନ୍ତ ମାଝୀ, ମାନସ କୁମାର ସିଂହ, ମନୋଜ ନାୟକ ,ରମାକାନ୍ତ ଦିଗଲା ଏବଂ ବିକାଶ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଯୋଲନ ଓ ପୁଷ୍ପ ଅର୍ପଣ କରିଥିଲେ ।

Leave A Reply

Your email address will not be published.