ଚଢ଼ଉ ସମୟରେ ଭଡ଼ା ଘରୁ ମିଳିଲା ନଗଦ ଏତିକି କୋଟି

ନୂଆଦିଲ୍ଲୀ, ଫେବ୍ରୁଆରୀ ୦୮ : ଉତ୍ତର ପ୍ରଦେଶରେ ନୋଏଡାର ସେକ୍ଟର-୪୪ ଅଞ୍ଚଳରେ ପୋଲିସ ଚଢ଼ଉ କରିଛି । ଏକ ଭଡା ଘରୁ ନଗଦ ୩ କୋଟି ୭୦ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି । ପୋଲିସ ଚଢ଼ଉ ବାବଦରେ ଆୟକର ବିଭାଗକୁ ସୂଚନା ଦେଇଛି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଗୌତମବୁଦ୍ଧ ନଗର ପୋଲିସ ଲଗାତାର ଅସ୍ତ୍ରଶସ୍ତ୍ର, ମଦ ଓ କଟକଣା ଲାଗୁ ହୋଇଥିବା ଜିନିଷ ଉପରେ ନଜର ରଖିଛି । ସୀମାରେ ଲଗାତାର ଭାବେ ଯାଞ୍ଚ କରାଯାଉଛି । ପୋଲିସକୁ ସୂଚନା ମିଳିଥିଲା ଯେ, ସେକ୍ଟର-୪୪ର ପ୍ରେମସିଂହନଗରର ଏକ ଭଡା ଘରେ ବ୍ୟାପକ ମାତ୍ରାରେ ନଗଦ ଟଙ୍କା ଗଚ୍ଛିତ ରହିଛି । ଏହି ସୂଚନା ଆଧାରରେ ପୋଲିସ ଟିମ୍ ଅତର୍କିତ ଭାବେ ଚଢ଼ଉ କରିଥିଲେ । ଘର ଯାଞ୍ଚ କଲା ବେଳେ ପ୍ରେମ ପାଳ ନାଗର ନାଁରେ ଜଣେ ବ୍ୟକ୍ତିଙ୍କ ଘର ଭିତରୁ ବ୍ୟାପକ ମାତ୍ରାରେ ଟଙ୍କା ମିଳିଥିଲା । ପୋଲିସ ଜବତ ଟଙ୍କା ବାବଦରେ ଆୟକର ବିଭାଗକୁ ସୂଚନା ଦେଇଥିଲା । ଆୟକର ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଟଙ୍କା ଗଣିବା ପରେ ଏହା ୩ କୋଟି ୭୦ ଲକ୍ଷ ୫ ହଜାର ଥିଲା ।

Leave A Reply

Your email address will not be published.