କର୍ଣ୍ଣାଟକରେ ହିଜାବ ବିବାଦ, ରାଜ୍ୟରେ ୩ ଦିନ ସ୍କୁଲ୍ ବନ୍ଦ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକ, ଫେବ୍ରୁଆରୀ ୦୮ : କର୍ଣ୍ଣାଟକର ସ୍କୁଲ କଲେଜଗୁଡ଼ିକରେ ହିଜାବ ପିନ୍ଧିବା ନେଇ ସୃଷ୍ଟି ବିବାଦ ଦିନକୁ ଦିନ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବାସଭାରାଜ ବମ୍ମାଇ ରାଜ୍ୟର ସମସ୍ତ ହାଇସ୍କୁଲ ଏବଂ କଲେଜକୁ ୩ ଦିନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଶାନ୍ତି ବଜାୟ ରଖିବା ପାଇଁ ସେ ଛାତ୍ର ଏବଂ ବିଦ୍ୟାଳୟ-କଲେଜ ପରିଚାଳନାକୁ ନିବେଦନ କରିଛନ୍ତି। ତେବେ ଏହି ମଙ୍ଗଳବାର ହାଇକୋର୍ଟରେ ଶୁଣାଣି ହୋଇଛି। କୋର୍ଟରେ ସରକାରଙ୍କ ଆଡଭୋକେଟ ଜେନେରାଲ ଏବଂ ହିଜାବ ପିନ୍ଧି ସ୍କୁଲ-କଲେଜରେ ଆଡମିଶନ ଚାହୁଁଥିବା ବାଳିକା ଛାତ୍ରଙ୍କ ଆଡଭୋକେଟଙ୍କ ପକ୍ଷରୁ ଯୁକ୍ତି ବାଢିଥିଲେ। ଏହି ଯୁକ୍ତି ଶୁଣିବା ପରେ କୋର୍ଟ ଆଜିର ଶୁଣାଣି ଶେଷ କରିଛନ୍ତି ଏବଂ ବୁଧବାର ଅପରାହ୍ନ ୩୦.୩୦ରୁ ମାମଲାର ଶୁଣାଣି ହେବ ବୋଲି କହିଛନ୍ତି। ଏହି ମାମଲାର ଶୁଣାଣି କରି ଜଷ୍ଟିସ କୃଷ୍ଣ ଦୀକ୍ଷିତ କହିଛନ୍ତି ଯେ କୋର୍ଟ କୌଣସି ଆବେଗ କିମ୍ବା ଭାବନା ଉପରେ ନୁହେଁ ବରଂ କାରଣ ଏବଂ ଆଇନ ଆଧାରରେ କାର୍ଯ୍ୟ କରିବେ। ଅଦାଲତ ଆହୁରି କହିଛନ୍ତି ଯେ ସମ୍ବିଧାନ ଯାହା କହିବ ଆମେ ତାହା କରିବୁ, ସମ୍ବିଧାନ ହେଉଛି ସମସ୍ତଙ୍କ ପାଇଁ ସମାନ। ସମସ୍ତ ଆବେଦନ ଉପରେ କେବଳ ଗୋଟିଏ ନିଷ୍ପତ୍ତି ଲାଗୁ ହେବ ବୋଲି କୋର୍ଟ କହିଛନ୍ତି। ତେବେ ଶୁଣାଣି ସମୟରେ ଶିଖ ଧର୍ମ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହା ଉପରେ କୋର୍ଟ କହିଛନ୍ତି ଯେ ଶିଖ ଧର୍ମର ମାମଲା ଏକ ଜରୁରୀ ଧାର୍ମିକ ପ୍ରଥା। କେବଳ ଭାରତୀୟ ନୁହଁନ୍ତି, କାନାଡିୟ ଏବଂ ବ୍ରିଟେନର କୋର୍ଟ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି।

Leave A Reply

Your email address will not be published.