ପ୍ରେମିକାକୁ କୋର୍ଟରେ ବିବାହ କରିବାକୁ ଯାଉଥିଲା ପ୍ରେମିକ, ରାସ୍ତାରେ ପତ୍ନୀ ଅଟକାଇବାରୁ ଚାଲିଲା ଡ୍ରାମା

ପାଟଣା, ଫେବ୍ରୁଆରୀ ୧୩ : ବିହାରର କଟିହାରରେ ପତି-ପତ୍ନୀଙ୍କ ଅଦ୍ଭୁତ ନାଟକ ରାଜରାସ୍ତାରେ ଦେଖିବାକୁ ମିଳିଛି । ପତି ନିଜର ପ୍ରେମିକାକୁ ନେଇ କୋର୍ଟ ମ୍ୟାରେଜ କରିବାକୁ ଯାଉଥିବା ବେଳେ ପତ୍ନୀ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପହଞ୍ଚିଛି । ପ୍ରେମିକ-ପ୍ରେମିକା କୋର୍ଟରେ ପହଞ୍ଚିବା ପୂର୍ବରୁ ରାଜରାସ୍ତାରେ ଡ୍ରାମା ଚାଲିଛି । ଲୋକେ ଏହାକୁ ଦେଖି ମଜା ନେଉଥିବା ବେଳେ ପ୍ରେମିକ ପତିକୁ ନିସ୍ତୁକ ମାଡ଼ ଖାଇବାକୁ ପଡ଼ିଛି । ଶ୍ୱଶୁର ଘର ଲୋକେ ଜ୍ୱାଇଁକୁ ଏକ ଖମ୍ବରେ ବାନ୍ଧି ନିର୍ଦ୍ଧୁମ ପିଟିଛନ୍ତି । ଶ୍ୱଶୁର ଘର ଲୋକଙ୍କ କହିବା ଅନୁସାରେ ତାଙ୍କର ଜ୍ୱାଇଁ ଯେତେଦିନ ପର୍ଯ୍ୟନ୍ତ ନ ସୁଧୁରୁଛି, ସେତେଦିନ ପର୍ଯ୍ୟନ୍ତ ମାଡ଼ ଖାଇବ । ଏହି ମାମଲା କଟିହାର ଜିଲ୍ଲା ଆଜମନଗର ଥାନା ଅନ୍ତର୍ଗତ ମଲିକପୁର ଗାଁର ବୋଲି ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଆବିଦ ଖାନ୍ ଓ ସନା ଖାତୁନଙ୍କ ବିବାହ ହୋଇଥିଲା । ବିବାହ ପରେ ପାରିବାରିକ ସଂପର୍କ ଭଲ ଥିଲା । କିନ୍ତୁ କିଛି ମାସ ପରେ ଆବିଦ ମୁମ୍ବାଇ ଚାଲି ଯାଇଥିଲା । ସେଠାରୁ ସେ ପ୍ରତିମାସରେ ପତ୍ନୀଙ୍କୁ ଟଙ୍କା ମଧ୍ୟ ପଠାଉଥିଲା । ୨୦୨୦ ପରେ ଆବିଦ ଅଚାନକ ଟଙ୍କା ପଠାଇବା ବନ୍ଦ କରିଦେଲା । ସନା ଖାତୁନଙ୍କ କହିବା ଅନୁସାରେ ମୁମ୍ବାଇରେ ଆବିଦକୁ ଅନ୍ୟ ଏକ ଝିଅକୁ ପ୍ରେମ ହୋଇଯାଇଥିଲା । ଏହି ଝିଅଟି କଟିହାରର ପଡୋଶୀ ଗାଁ ତେଲତା ମାଧୋପୁର ମୂଳ ନିବାସୀ । ମୁମ୍ବାଇ ଯିବା-ଆସିବା କରୁଥିଲା । ଆବିଦ ଝିଅକୁ ନିଜର ପ୍ରେମ ଜାଲରେ ଫସାଇ କୋର୍ଟରେ ବିବାହ କରିବାକୁ ଚାହୁଁଥିଲା । ଶନିବାର ଆବିଦ କୋର୍ଟକୁ ନେଇ ପ୍ରେମିକାକୁ ବିବାହ କରିବାକୁ ଯାଉଥିବା ବେଳେ ପତ୍ନୀ ସିଧାସଳଖ ପହଞ୍ଚି ଅଟକାଇଥିଲା । 

Leave A Reply

Your email address will not be published.