ନାଗାଲାଣ୍ଡର ଏହି ଗାଁର ଲୋକେ ଖାଆନ୍ତି ଭାରତରେ, ଶୋଇଥାନ୍ତି ବିଦେଶରେ

କୋହିମା, ଫେବ୍ରୁଆରୀ ୧୩ : ଆମ ଦେଶରେ ଲକ୍ଷ ଲକ୍ଷ ଗାଁ ରହିଛି । ପାଖାପାଖି ୭୦ ପ୍ରତିଶତ ଲୋକ ଗାଁରେ ବସବାସ କରିଥାନ୍ତି । କିନ୍ତୁ ନାଗାଲାଣ୍ଡର ଏଭଳି ଗାଁ ଅଛି, ଯେଉଁମାନେ କି ଭାରତରେ ଖାଆନ୍ତି ଓ ବିଦେଶରେ ଶୋଇଥାନ୍ତି । ଏହି ଗାଁରେ ରହୁଥିବା ଲୋକଙ୍କର ଜମିବାଡ଼ି ଭାରତରେ ଓ ବିଦେଶ ତଥା ପଡୋଶୀ ଦେଶରେ ଅଛି । ଆଶ୍ଚର୍ଯ୍ୟର କଥା ହେଲା ଯେ, ଏହି ଗାଁର ଲୋକଙ୍କ ଘର ଶୋଇବା ଘର ଗୋଟିଏ ଦେଶରେ ଥିବା ବେଳେ ଅନ୍ୟ ଦେଶରେ ରହୁଛି ରୋଷେଇ ଘର । ନାଗାଲାଣ୍ଡର ଏକ ଗାଁ ହେଉଛି ଲଙ୍ଗୱା । ଏହି ଗାଁ ମୋନ ଜିଲ୍ଲାର ସବୁଠାରୁ ଅଧିକ ଲୋକ ରହୁଥିବା ଗ୍ରାମ । କିନ୍ତୁ ଏହା ଏମିତି ଏକ ଗାଁ, ଏହାରି ମଧ୍ୟଦେଇ ଭାରତ ଓ ମ୍ୟାମାର ସୀମା ଅତିକ୍ରମ କରିଛି । ଘନଜଙ୍ଗଲ ମଧ୍ୟରେ ମ୍ୟାମାର ସୀମାରେ ଥିବା ଭାରତର ଏହା ହେଉଛି ଶେଷ ଗାଁ । ଏଠାରେ କୋୟାଙ୍ଗ ସଂପ୍ରଦାୟର ଜନଜାତିମାନେ ବସବାସ କରିଥାନ୍ତି । ସୂଚନାଯୋଗ୍ୟ, ମ୍ୟାମାର ତରଫରୁ ପାଖାପାଖି ୨୭ଟି କେନ୍ୟାକ ଗାଁ ରହିଛି । ନାଗାଲାଣ୍ଡର ଲୋକେ ମଧ୍ୟ ମ୍ୟାମାର ସେନାରେ ସାମିଲ ଅଛନ୍ତି । ୧୯୬୦ ଦଶକ ପର୍ଯ୍ୟନ୍ତ ଗାଁରେ ଶିକାର ଏକ ଲୋକପ୍ରିୟ ପ୍ରଥା ଥିଲା, ଯାହାରି ଉପରେ ପରେ କଟକଣା ଲଗାଯାଇଛି । ଏହି ଗାଁର ଲୋକେ ପିତ୍ତଳ ଓ ଅସ୍ଥିରୁ ପ୍ରସ୍ତୁତ ମାଳି (ହାର) ପିନ୍ଧିଥାନ୍ତି । ଏହି ଗାଁରେ ବୁଲିବାକୁ ପର୍ଯ୍ୟଟକମାନଙ୍କର ପ୍ରବଳ ଭିଡ଼ ହୋଇଥାଏ । ଏଠାକାର ଶାନ୍ତି ଓ ସବୁଜ ବନାନୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ଏହା ବ୍ୟତୀତ ନଦୀ, ହ୍ରଦ, ନାଗାଲାଣ୍ଡ ସାଇସ ସେଣ୍ଟର, ହଙ୍ଗକଙ୍ଗ ମାର୍କେଟ ଆଦି ସ୍ଥାନ ରହିଛି ।

Leave A Reply

Your email address will not be published.