୬୨ ମିନିଟ୍ ଧରି ଫୋନରେ କଥା ହେଲେ ବାଇଡେନ୍-ପୁଟିନ

ୱାଶିଂଟନ, ୧୩/୦୨: ୟୁକ୍ରେନ୍‌ ଉପରେ ରୁଷର ସମ୍ଭାବ୍ୟ ଆକ୍ରମଣକୁ ଏଡ଼ାଇବା ପାଇଁ ଆମେରିକା ପକ୍ଷରୁ ଶେଷ ଚେଷ୍ଟା କରାଯାଇଛି । ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ସହ ଫୋନରେ ଘଣ୍ଟାଏରୁ ଅଧିକ ସମୟ ଧରି ଆଲୋଚନା କରିଛନ୍ତି । ୟୁକ୍ରେନ୍‌କୁ ନେଇ ରହିଥିବା ବିବାଦ ପ୍ରସଙ୍ଗରେ ଦୁଇଦେଶର ଉଭୟ ଶୀର୍ଷ ନେତା କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି । ହ୍ୱାଇଟ୍‌ ହାଉସ୍‌ ସୂଚନା ମୁତାବକ, ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ବାଇଡେନ୍‌ ଓ ପୁଟିନ୍‌ ଆଲୋଚନା ଆରମ୍ଭ କରିଥିଲେ । ୬୨ ମିନିଟ ଧରି ସମୟ ଧରି ଆଲୋଚନା ହୋଇଥିଲା । କିନ୍ତୁ ଏହି ଆଲୋଚନାର ନିର୍ଯାସ କ’ଣ ବାହାରିଲା, ତାହା ନେଇ ଜଣାପଡ଼ି ନାହିଁ । ଦୁଇ ନେତା ଏଭଳି ସମୟରେ ପରସ୍ପର ସହ ଫୋନ୍‌ରେ କଥା ହୋଇଛନ୍ତି, ଯେବେ କି ଆମେରିକା ସମେତ ଅନେକ ରାଷ୍ଟ୍ର ସେମାନଙ୍କ ନାଗରିକଙ୍କୁ ୟୁକ୍ରେନ୍‌ ଛାଡ଼ିବାକୁ ପରାମର୍ଶ ଦେଇଛନ୍ତି । ଏମିତି କି ଆମେରିକା ଏହାର ଦୂତାବାସ ଖାଲି କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି । ଆମେରିକା ଏହାର କିଛି ସେନା ବଳ ମଧ୍ୟ ପ୍ରତ୍ୟାହାର କରିନେଇଛି । ଆଉ ମାତ୍ର ୮ ଦିନ ମଧ୍ୟରେ ୟୁକ୍ରେନ୍‌ ଉପରେ ରୁଷ ଆକ୍ରମଣ କରିପାରେ ବୋଲି ଏକ ରିପୋର୍ଟରେ ଦାବି କରାଯାଇଛି ।

Leave A Reply

Your email address will not be published.