ଦାରିଙ୍ଗବାଡିରେ ତୁଷାରପାତ, ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡି ୧୩/୦୨:  ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି ପୁଣି ତୁଷାର ପାତ । ଦୀର୍ଘଦିନ ପରେ ପୁଣି ଦେଖା ଦେଇଛି ହାଡ଼ଭଙ୍ଗା ଶୀତ । ଥଣ୍ଡାରେ କମ୍ପୁଛି  ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି । ତେବେ ପ୍ରବଳ ଥଣ୍ଡା କାରଣରୁ ଗ୍ରାମାଞ୍ଚଳରେ ଦିନ ମଜୁରିଆଙ୍କର ଦୁଃଖ ବଢିଯାଇଛି ।  ଅସହ୍ୟ ଥଣ୍ଡା ପାଇଁ ବୃଦ୍ଧ ବୃଦ୍ଧାଙ୍କ ସାହାରା ପାଳିଟି ନିଆଁ । ସେମାନେ ନିଆଁ ପୁଆଉଁ ଥିବା ଦେଖିବାକୁ ମିଳୁଛି । ସେହିପରି ଦିନ ତମାମ ଶୀତ ଅନୁଭୂତ ହେଉଛି । ଚାଷ କାମରେ ମଧ୍ୟ ବ୍ୟାଘାତ ସୃଷ୍ଟି ହେଉଛି । ଶନିବାର ରାଜ୍ୟର କିଛି ସ୍ଥାନରେ  ପାଗ ମେଘୁଆ ଥିଲା । ରବିବାର ରାଜ୍ୟର ହାତଗଣତି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖିବାକୁ ମିଳିଥିଲା ।  

Leave A Reply

Your email address will not be published.