ମିଶନ ୨୦୨୨: PSLV-C 52 ସାଟଲାଇଟ୍ ଉତ୍‌କ୍ଷେପଣ କଲା ଇସ୍ରୋ, ମହାକାଶକୁ ପଠାଇଲା EOS-04

ନୂଆଦିଲ୍ଲୀ, ଫେବ୍ରୁଆରୀ ୧୪ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚଳିତ ବର୍ଷ ନିଜର ପ୍ରଥମ ମହାକାଶ ମିଶନ ଆରମ୍ଭ କରିଛି । ଆଜି ଭୋର ସକାଳ ୫ଟା ୫୯ ମିନିଟରେ ସତୀଶ ଧୱନ ମହାକାଶ କେନ୍ଦ୍ର ଠାରୁ PSLV-C 52 ସାଟଲାଇଟ୍ ଉତ୍‌କ୍ଷେପଣ କରିଛି । ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ଇସ୍ରୋ ସୋମବାର ମିଶନ ବଳରେ ୩ଟି ସେଟଲାଇଟ୍ ଉତ୍‌କ୍ଷେପଣ କରିଛି । ଏଥିରୁ ଗୋଟିଏ ହେଲା EOS-04 । ଏହି ସାଟଲାଇଟ୍ କୃଷି, ବୃକ୍ଷ ରୋପଣ, ଜଳ ବିଜ୍ଞାନ ଓ ପାଣିପାଗର ସ୍ଥିତି ସଂପର୍କରେ ଫଟୋ ପଠାଇବା ପାଇଁ ଡିଜାଇନ କରାଯାଇଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଅନୁସାରେ ଏହି ସାଟଲାଇଟ୍‌ର ଉତ୍‌କ୍ଷେପଣ ଦ୍ୱାରା ଇସ୍ରୋର ଯୋଜନାକୁ ଅଧିକ ବଳ ମିଳିବ । ଏଥି ସହିତ ମହାକାଶ ସଂସ୍ଥାର ଲକ୍ଷ ଚନ୍ଦ୍ରଯାନ-୩ ଓ ଗଗନଯାନ ସହିତ ୧୯ଟି ସାଟଲାଇଟ୍ ଲଞ୍ଚ କରିବ । 

Leave A Reply

Your email address will not be published.