ବିଧାନସଭା ନିର୍ବାଚନ: ଉତ୍ତରପ୍ରଦେଶ ଓ ଗୋଆରେ ମତଦାନ ଜାରି, ସକାଳ ୮ଟାରୁ ଉତ୍ତରାଖଣ୍ଡରେ ଭୋଟିଂ

ଲଖନଉ, ଫେବ୍ରୁଆରୀ ୧୪ : ବିଧାନସଭା ନିର୍ବାଚନ ପାଇଁ ଉତ୍ତର ପ୍ରଦେଶ ଓ ଗୋଆର ମୋଟ ୧୬୫ଟି ଆସନରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସୋମବାର ୨ୟ ପର୍ଯ୍ୟାୟରେ ୯ଟି ଜିଲ୍ଲାର ୫୫ଟି ଆସନରେ ମତଦାନ ଜାରି ରହିଛି । ସେହିପରି ଉତ୍ତରାଖଣ୍ଡରେ ୭୦ ଓ ଗୋଆରେ ୪୦ଟି ଆସନରେ ମତଦାନ ଚାଲିଛି । ଆଜି୨ୟ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୯ଟି ଜିଲ୍ଲାରେ ୫୫ଟି ଆସନରେ ମତଦାନ ହେଉଛି । ଏହି ପର୍ଯ୍ୟାୟରେ ମୋଟ ୨.୨ କୋଟି ମତଦାତା ନିଜର ଅଧିକାର ସାବ୍ୟସ୍ତ କରିବେ । ଏଥିରେ ୧.୦୮ କୋଟି ପୁରୁଷ ଓ ୯୪ ଲକ୍ଷ ମହିଳା । ୧୨୬୯ ଜଣ କିନ୍ନର ମତଦାତା ଅଛନ୍ତି । ୫୮୬ ଜଣ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । ଏଥିରୁ ୬୯ ଜଣ ହେଉଛନ୍ତି ମହିଳା । ଉତ୍ତର ପ୍ରଦେଶର ୯ଟି ଜିଲ୍ଲାରୁ ୮ଟରେ ସଂଖ୍ୟାଲଘୁଙ୍କ ଆବାଦୀ ୨୩ରୁ ୫୦ ପ୍ରତିଶତ ଯାଏଁ । ସହାରନପୁର, ବିଜନୌର, ମୁରାଦାବାଦ, ସମ୍ଭଳ, ରାମପୁର, ଅମରୋହା, ଭଦାୟୁ, ବରେଲି ଓ ଶାହଜହାଁପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସୋମବାର ସକାଳ ୭ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଉତ୍ତର ପ୍ରଦେଶରେ ୨୩ ହଜାର ୪୦୪ ମତଦେୟ ସ୍ଥଳ ଓ ୧୨ ହଜାର ୫୪ ବୁଥ କରାଯାଇଛି । କରୋନା କଟକଣାକୁ ଦୃଷ୍ଟିରେ ମତଦାନ ଚାଲିଛି । ଗୋଟିଏ ମତଦେୟ ସ୍ଥଳୀରେ ସର୍ବାଧିକ ୧୨୫୦ ଜଣ ମତଦାତା ଭୋଟ ଦେବେ । ମତଦେୟ ସ୍ଥଳୀରେ ଥର୍ମାଲ ସ୍କାନର, ହ୍ୟାଣ୍ଡ ସାନିଟାଇଜର, ଗ୍ଲୋବ୍ସ, ଫେସମାକ୍ସ, ଫେଓ ଶିଲ୍ଡ, ପିପିଇ କିଟ, ସାବୁନ, ପାଣି ଆଦି ବ୍ୟବସ୍ଥା କରାଯାଇଛି । ଉତ୍ତରାଖଣ୍ଡରେ ୭୦ଟି ଆସନରେ ସକାଳ ୮ଟାରୁ ମତଦାନ ହେବ । ଏଠାରେ ୬୩୨ ଜଣ ପ୍ରାର୍ଥୀ ନିର୍ବାଚନ ପଡ଼ିଆରେ ଅବତୀର୍ଣ୍ଣ ହୋଇଛନ୍ତି । ୨୦୧୭ ନିର୍ବାଚନରେ ବିଜେପି ୫୭ଟି ଆସନରେ ବିଜୟୀ ହୋଇ ସରକାର ଗଢ଼ିଥିଲା । ସେହିପରି ଗୋଆର ୪୦ଟି ଆସନରେ ୩୦୧ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି । ଗୋଆରେ ୨୦୧୭ ନିର୍ବାଚନରେ କଂଗ୍ରେସକୁ ୧୭ ଆସନ ମିଳିଥିଲା । କିନ୍ତୁ ବିଜେପି ୧୩ଟି ଆସନ ପାଇଥିଲେ ମଧ୍ୟ ସହଯୋଗୀ ଦଳ ସହିତ ସରକାର ଗଢ଼ିଥିଲା । 

Leave A Reply

Your email address will not be published.