ଏକତରଫା ପ୍ରେମରେ ପଡ଼ି ଯୁବତୀଙ୍କ ଗଳା କାଟିଲା ଯୁବକ

ସୁରତ, ଫେବ୍ରୁଆରୀ ୧୪ : ଆଜି ବିଶ୍ୱରେ ପାଳନ ହେଉଛି ଭାଲେଣ୍ଟାଇନ୍ ଡେ’ । ବିଶେଷ ଭାବେ ଆଧୁନିକ ଯୁଗର ଯୁବକ-ଯୁବତୀଙ୍କ ପାଇଁ ଏହି ଦିନଟି ଅଧିକ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ଦିନଟି ପ୍ରେମ ଦିବସ ଭାବେ ସେମାନେ ସ୍ୱୀକାର କରିଥାନ୍ତି । ତେବେ ଭାଲେଣ୍ଟାଇନ୍ ଡେ’ ପୂର୍ବରୁ ଗୁଜରାଟର ସୁରତରେ ଏକ ଅଭାବନୀୟ ଅଘଟଣ ଘଟିଛି । ଏକତରଫା ପ୍ରେମରେ ପଡି ଜଣେ ଯୁବକ ଦିବାଲୋକରେ ଯୁବତୀଙ୍କ ଗଳା କାଟିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି । ଯୁବତୀଙ୍କୁ ହତ୍ୟା କରୁଥିବାର ଦୃଶ୍ୟ ଲୋକେ ଭିଡିଓ କରିଛନ୍ତି, ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୁରତର କାମରେଜ ଥାନା ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ଜଣେ ଯୁବକ ଛୁରୀରେ ଏକତରଫା ପ୍ରେମ କରୁଥିବା ଯୁବତୀଙ୍କୁ ହତ୍ୟା କରିଛି । ଲକ୍ଷ୍ମୀଧାମ ସୋସାଇଟରେ ରହୁଥିବା ୨୧ ବର୍ଷୀୟ ଯୁମତୀ ଗ୍ରୀଷ୍ମ ୱେକରିଆଙ୍କୁ ସର୍ବସମ୍ମୁଖରେ ଫେନିଲ ଗୋୟାଣୀ ନାଁରେ ଜଣେ ଯୁବକ ବାନ୍ଧି ଦେଇଥିଲା । ଏହା ପରେ ଗଳାରେ ଛୁରୀ ଲଗାଇ ହତ୍ୟା କରିଥିଲା । ସେ ସଂପର୍କୀୟ ଲୋକଙ୍କୁ ମଧ୍ୟ ଧମକ ଦେଇଥିଲା । ଅଭିଯୁକ୍ତ ଯୁବତୀଙ୍କ ସହପାଠୀ ବୋଲି କୁହାଯାଉଛି । ପୋଲିସ କହିଛି ଉଭୟ ଯୁବକ-ଯୁବତୀ ଏକ କ୍ଲାସରେ ପାଠ ପଢ଼ୁଥିଲେ । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । 

Leave A Reply

Your email address will not be published.