ଜମ୍ମୁ-କାଶ୍ମୀର ଆନ୍ତର୍ଜାତୀୟ ସୀମା ନିକଟରେ ପୁଣି ସନ୍ଦିଗ୍ଧ ଠାବ

କାଶ୍ମୀର, ଫେବୃଆରୀ 14 : ପୁଣି ଜମ୍ମୁ-କାଶ୍ମୀର ଆନ୍ତର୍ଜାତୀୟ ସୀମାରେ ସନ୍ଦିଗ୍ଧ ଠାବ । ବେଆଇନ୍ ଭାବରେ ଭାରତୀୟ ସୀମାକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ୨ ସନ୍ଦିଗ୍ଧଙ୍କୁ ଠାବ କରିଛନ୍ତି ସୁରକ୍ଷାକର୍ମୀ । ଏହି ଦୁଇ ସନ୍ଦିଗ୍ଧ କୌଣସି ମନ୍ଦ ଉଦେଶ୍ୟ ନେଇ ଭାରତୀୟ ସୀମାକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେବେ ଏମାନେ ପାକିସ୍ତାନୀ ଆତଙ୍କବାଦି ମଧ୍ୟ ହୋଇ ଥାଇ ପାରନ୍ତି ବୋଲି ପୋଲିସ୍ ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇଛି । ଯାହାକୁ ନେଇ ଦୁଇ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇ ପଚରା ଉଚରା କରାଯାଉଛି । ନିକଟରେ ଗତ କିଛି ଦିନ ହେବ ଠିକ୍ ଏହିଭଳି ଭାବରେ ପାକିସ୍ତାନୀ ଆତଙ୍କବାଦି ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ବାରମ୍ବାର ଉଦ୍ୟମ କରି ଆସୁଛନ୍ତି ଯାହାକୁ ନେଇ ସୀମାରେ ଏବେ ହାଇ ଆଲର୍ଟ ଜାରି ହୋଇଛି ।

Leave A Reply

Your email address will not be published.