ବିଶ୍ୱବ୍ୟାପୀ ୪୧.୨୦ କୋଟି ଲୋକ ଆକ୍ରାନ୍ତ, ସଂକ୍ରମଣରୁ ୩୩.୨୫ କୋଟି ସୁସ୍ଥ

ନୂଆଦିଲ୍ଲୀ, ଫେବ୍ରୁଆରୀ ୧୪ : କରୋନା ଭାଇରସ ଭାରତ ସମେତ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୧୪ ଲକ୍ଷ ୮୧ ହଜାର ୯୮୧ ଜଣ ଲୋକ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।  ୧୮ ଲକ୍ଷ ୫୦ ହଜାର ୨୧୭ ଜଣ ସୁସ୍ଥ ହୋଇଥିଲା ବେଳେ ୫ହଜାର ୪୪୯ ଜଣଙ୍କର ମୃତ୍ୟୁ ହୋଇଛି ।  ଆଜି ପର୍ଯ୍ୟନ୍ତ ବିଶ୍ୱରେ ୪୧ କୋଟି ୨୦ ଲକ୍ଷ ୭୬ ହଜାର ୮୬୦ ଜଣ ଲୋକ କେରାନା ପଜିଟିଭ୍ ହୋଇସାରିଛନ୍ତି । ଏଥିରୁ ୩୩ କୋଟି ୨୫ ଲକ୍ଷ ୭୫ ହଜାର ୪୬ ଜଣ ସୁସ୍ଥ ହୋଇଥିଲା ବେଳେ ୫୮ ଲକ୍ଷ ୩୩ ହଜାର ୯୦୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ ଏବେ ୭ କୋଟି ୩୬ ଲକ୍ଷ ୬୭ ହଜାର ୯୧୧ ଜଣଙ୍କର ଚିକିତ୍ସା ଜାରି ଥିବା ବେଳେ ୮୭ ହଜାର ୨୭ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । 

Leave A Reply

Your email address will not be published.