ବୁଧବାର ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍, ସଂଧ୍ୟାରେ ସରିବ ପ୍ରଚାର

ଭୁବନେଶ୍ୱର ୧୪।୦୨ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେବ। ଏଥିପାଇଁ ଗାଁ ଗାଁରେ ଏବେ ପ୍ରଚାର ତାତି। ଘମାଘୋଟ ପ୍ରଚାରରେ ଗାଁ ଏବେ କମ୍ପୁଛି । ସବୁ ଦଳର ପ୍ରମୁଖ ନେତାଙ୍କୁ ଫୁର୍ ସତ ନାହିଁ। ଖବର ଅନୁଯାୟୀ, ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ୩୦ ଜିଲ୍ଲାର ୭୧ ବ୍ଲକ୍ ର ୨୦୦ ଜିଲ୍ଲା ପରିଷଦ, ୧୬୬୯ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଭୋଟ୍ ଗ୍ରହଣ ହେବ। ପ୍ରାୟ ୬୭ ଲକ୍ଷ ୫୧ ହଜାର ଭୋଟର୍ ୨୨,୩୭୯ ବୁଥ୍ ରେ ମତଦାନ ଅଧିକାର ସାବ୍ୟସ୍ତ କରିବେ। ୩୬ ଘଣ୍ଟା ପୂର୍ବରୁ ଅର୍ଥାତ ସଂଧ୍ୟାରୁ ପ୍ରଚାର, ସଭା ସମିତି, ଲାଉଡ ସ୍ପିକର ବନ୍ଦ ହେବ ।

Leave A Reply

Your email address will not be published.