ରୈନାଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ କାହିଁକି କିଣିଲାନି ?

ନୂଆଦିଲ୍ଲୀ ୧୫।୦୨: ଆଇପିଏଲ ୨୦୨୨ର ମେଗା ନିଲାମରେ ସୁରେଶ ରୈନା ବିକ୍ରି ନହେବା ଚର୍ଚ୍ଚାର ବିଷୟ ପାଲଟିଛି। ରୈନାଙ୍କ ପାଇଁ ତାଙ୍କର ପୂର୍ବ ଫ୍ରାଞ୍ଚାଇଜି ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟ ରୁଚି ଦେଖାଇ ନାହିଁ। ଏବେ ଚେନ୍ନାଇ ସୁପରକିଙ୍ଗ୍ସର ସିଇଓ କାଶୀ ବିଶ୍ଵନାଥନ ରୈନାଙ୍କୁ ଦଳ କାହିଁକି କିଣିବାକୁ ଆଗ୍ରହ ପ୍ରକାଶ କଲା ନାହିଁ ତାର କାରଣ କହିଛନ୍ତି। ମିଷ୍ଟର ଆଇପିଏଲ ନାମରେ ପ୍ରସିଦ୍ଧ ରୈନା ବେଙ୍ଗାଲୁରୁରେ ଆୟୋଜିତ ମେଗା ନିଲାମର ପ୍ରଥମ ଦିନରେ ବିକ୍ରି ହୋଇନଥିଲେ। ଆଶା କରାଯାଉଥିଲା ଦ୍ଵିତୀୟ ଦିନରେ ସେ ନିଲାମ ହେବେ। ତେବେ ରବିବାର ତାଙ୍କୁ ନିରାଶ  ହେବାକୁ ପଡିଛି। ବିଶ୍ଵନାଥନ କହିଛନ୍ତି, ହୋଇପାରେ ରୈନା ସିଏସକେ ପାଇଁ ଲଗାତାର ଭଲ ପ୍ରଦର୍ଶନ କରୁଥିଲେ, ମାତ୍ର ଦଳ ଗଠନ ସମୟରେ ଖେଳାଳିଙ୍କ ଫର୍ମ ଏବଂ ଦଳ ସରଞ୍ଚନାକୁ ମଧ୍ୟ ଧ୍ୟାନରେ ରଖିବାକୁ ପଡିଥାଏ।

Leave A Reply

Your email address will not be published.