ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ, ଛେଳି ଚୋର ସନ୍ଦେହରେ ୨ଜଣଙ୍କୁ ବାନ୍ଧିଲେ ଗାଁଲୋକେ

ଉଦଳା ୧୫।୦୧: ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ । ଦୁଇ ଜଣ ଯୁବକଙ୍କୁ ଛେଳି ଚୋର ସନ୍ଦେହରେ ଅଟକାଇବା ସହିତ ଉଲଗ୍ନ କରି ଗଛରେ ବାନ୍ଧିଲେ । ମୟୁରଭଞ୍ଜ କପ୍ତିପଦା ଥାନା ବଳଦମରା ଅଞ୍ଚଳର ଏଭଳି ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ବଳଦମରା ଅଞ୍ଚଳରେ ଛେଳି ଚୋରି କରୁଥିବା ସନ୍ଦେହରେ ଦୁଇ ଜଣ ଯୁବକଙ୍କୁ ସ୍ଥାନୀୟ ଲୋକେ ଅଟକାଇଥିଲେ । ଏହା ପରେ ସେହି ଦୁଇ ଜଣ ଯୁବକଙ୍କୁ ଉଲଗ୍ନ କରି ବିଚ୍ ଗାଁ ଦାଣ୍ଡରେ ଗଛରେ ବାନ୍ଧିଦେଲେ । ଦୁଇ ଯୁବକଙ୍କ ନିକଟରୁ ଗୋଟିଏ ବ୍ୟାଗ ଗ୍ରାମବାସୀ ପାଇଥିବା ବେଳେ ସେଥିରୁ କିଛି ଶାଗ ଏବଂ ଏକ କଂଟା ମିଳିଥିଲା । ଯାହାକି ଗ୍ରାମବାସୀଙ୍କ ସନ୍ଦେହକୁ ଅଧିକ ଦୃଢୀଭୂତ କରିଥିଲା । ଗ୍ରାମବାସୀମାନେ ଦୀର୍ଘ ସମୟ ଧରି ଉଭୟ ଯୂବକଙ୍କୁ ଏହିପରି ଉଲଗ୍ନ ଅବସ୍ଥାରେ ଗଛରେ ବାନ୍ଧି ରଖିଥିଲେ । ପରେ ପୋଲିସ୍ ଦୁଇ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇଥିବା ଜଣାଯାଇଛି । ସାମାନ୍ୟ ସନ୍ଦେହକୁ ନେଇ ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ ବସାଇଥିଲେ ଗ୍ରାମବାସୀ ।

Leave A Reply

Your email address will not be published.