ଅନ୍ତରାଷ୍ଟ୍ରୀୟ ବଜାରରେ ରେକର୍ଡ ସ୍ତରରେ ତୈଳ ଦର

ନୂଆଦିଲ୍ଲୀ ୧୫/୦୨:  ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ରେକର୍ଡ ସ୍ତରରେ ପହଁଚିଛି । କିନ୍ତୁ ଦେଶରେ ଦୀପାବଳି ପରଠୁ ତୈଳ ଦର ବଢୁ ନାହିଁ । ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୯୫ ଡଲାରରେ ପହଁଚିଛି  । ଏହା ସତ୍ତ୍ୱେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ହୁହୁ ହୋଇ ବଢୁଛି । କିନ୍ତୁ ସ୍ଥିର ରହିଛି ଭାରତୀୟ ବଜାରରେ ତୈଳ ଦର । ବିଶେଷଜ୍ଞଙ୍କ କହିବାନୁସାରେ, ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟର ବିଧାନସଭା ନିର୍ବାଚନ ସରିବା ପରେ ତୈଳ ଦରରେ ଦ୍ରୁତ ଅଭିବୃଦ୍ଧି ପରିଲକ୍ଷିତ ହେବ । ରାଜଧାନୀ ଦିଲ୍ଲୀରେ ଡିସେମ୍ବର ୨ ପରଠୁ ତୈଳ ଦର ଅପରିବର୍ତ୍ତିତ ରହିଛି । ଆଇଓସିଏଲର ରିପୋର୍ଟ ଅନୁସାରେ, ଫେବ୍ରୁଆରୀ ୧୫ରେ ଦିଲ୍ଲୀରେ ପେଟ୍ରୋଲ ରେଟ୍ ୯୫.୪୧ ଟଙ୍କା, ଥିବା ବେଳେ ଡିଜେଲର ଦାମ୍ ୮୬.୬୭ ଟଙ୍କା ରହିଛି । ଓଡିଶା ସମେତ ଅନ୍ୟ ସ୍ଥାନରେ ମଧ୍ୟ ଦର ପ୍ରାୟତଃ ଅପରିବର୍ତ୍ତିତ ରହିଛି । ମୁମ୍ବାଇରେ ପେଟ୍ରୋଲ ଦର ୧୦୯.୯୮ ଟଙ୍କା ଥିବା ବେଳେ ଡିଜେଲ ୯୪.୧୪ଟଙ୍କା, କୋଲକାତାରେ ପେଟ୍ରୋଲ ୧୦୪.୬୭ ଓ ଡିଜେଲ ୮୯.୭୯, ଚେନ୍ନାଇରେ ୧୦୧.୪୦ ଓ ଡିଜେଲ ୯୧.୪୩ ଟଙ୍କା ରହିଛି ।

Leave A Reply

Your email address will not be published.