ଅଷ୍ଟ୍ରେଲୀୟ କ୍ରିକେଟର ଗ୍ଲେନ ମ୍ୟାକ୍ସୱେଲ ଖୁବଶୀଘ୍ର ଭାରତର ଜ୍ୱାଇଁ ହେବେ

ନୂଆଦିଲ୍ଲୀ ୧୫/୦୨: ଅଷ୍ଟ୍ରେଲୀୟ ଅଲରାଉଣ୍ଡର୍ ଗ୍ଲେନ୍ ମାକ୍ସଓ୍ଵେଲ୍ ଖୁବ୍ ଶୀଘ୍ର ଭାରତର ଜ୍ୱାଇଁ ହେବାକୁ ଯାଉଛନ୍ତି । ଭାରତୀୟ ବଂଶୋଦ୍ଭବ ବିନି ରମଣଙ୍କୁ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମାକ୍ସଓ୍ଵେଲ୍ ଓ ବିନିଙ୍କ ବାହାଘରର ନିମନ୍ତ୍ରଣ କାର୍ଡ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ମାକ୍ସଓ୍ଵେଲ୍ ଓ ବିନି ୨୦୧୭ ରୁ ଡେଟିଂ କରିଆସୁଛନ୍ତି । ମାର୍ଚ୍ଚ ୨୦୨୦୨ ଦୁଇଜଣଙ୍କ ନିର୍ବନ୍ଧ ସରିଛି । ଏବେ କେବଳ ହାତଗଣ୍ଠି ପଡିବାକୁ ବାକି ଅଛି । ସୂଚନା ମୁତାବକ ମାର୍ଚ୍ଚ ୨୭ରେ ମେଲବୋର୍ଣ୍ଣରେ ପାରମ୍ପରିକ ତାମିଲ ରୀତିନୀତି ଅନୁସାରେ ଅନୁଷ୍ଠିତ ହେବ ବିବାହ । ମିଳିଥିବା ଖବର ଅନୁସାରେ ଏଥିରେ ଅଷ୍ଟ୍ରେଲିଆର କ୍ରିକେଟର୍ ଓ ଅନେକ ନାମିଦାମୀ ଅତିଥି ଯୋଗ ଦେବାର ସମ୍ଭାବନା ରହିଛି । ଭାରତୀୟ ବଂଶୋଦ୍ଭବ ବିନି ରମଣ ଅଷ୍ଟ୍ରେଲିଆରେ ରୁହନ୍ତି । ପେଶାରେ ବିନି ଜଣେ ଫାର୍ମାସିଷ୍ଟ । ହେଲେ ତାଙ୍କ ପରିବାର ରୁହନ୍ତି ଚେନ୍ନାଇରେ । କିନ୍ତୁ ବିନିଙ୍କ ଜନ୍ମ ଓ ଲାଳନପାଳନ ଅଷ୍ଟ୍ରେଲିଆରେ ହୋଇଛି । ବିନି ରମଣଙ୍କ ପିତା ଭେଙ୍କଟ ରମଣ ଓ ମାତା ବିଜୟଲକ୍ଷ୍ମୀ ରମଣ ତାଙ୍କ ଜନ୍ମ ପୂର୍ବରୁ ଅଷ୍ଟ୍ରେଲିଆ ଚାଲି ଯାଇଥିଲେ । କିଛିଦିନ ତଳେ ବିନି ରମଣଙ୍କ ସମ୍ପର୍କୀୟ ଟ୍ଵିଟ୍ କରି କହିଥିଲେ ଯେଉଁଥିରେ ଲେଖା ହୋଇଥିଲା, ବିନିଙ୍କ ମାତାପିତାଙ୍କ ଦ୍ଵାରା ଦିଆଯାଇଥିବା ତାମିଲ ବ୍ରାହ୍ମଣ ସଂସ୍କୃତିର ନିମନ୍ତ୍ରଣ ପତ୍ର ତାଙ୍କ ତାମିଲ ସଂସ୍କୃତି ପ୍ରତି ସମ୍ମାନ । ସେମାନେ ହିନ୍ଦୁ ରୀତିନୀତି ଅନୁସାରେ ବାହାଘର ଆୟୋଜନ କରିବାକୁ ଯୋଜନା କରୁଛନ୍ତି । ୨୦୨୨ ଆଇପିଏଲ ନିଲାମ ପୂର୍ବରୁ ଗ୍ଲେନ୍ ମାକ୍ସଓ୍ଵେଲଙ୍କୁ ରୟାଲ୍ ଚ୍ୟାଲେଞ୍ଜର୍ସ୍ ବାଙ୍ଗାଲୋର୍ ୧୧ କୋଟି ଟଙ୍କାରେ ରିଟେନ୍ କରିଥିଲା।

Leave A Reply

Your email address will not be published.