ଇଲେକ୍ଟ୍ରିକାଲ ଚିଫ ଇଂଜିନିୟର ବାବୁଙ୍କ ପାଖରେ ୩ କୋଟିର ସମ୍ପତ୍ତି

ସମ୍ବଲପୁର ୧୫।୦୨ : ଭିଜିଲାନ୍ସ ଜାଲରେ କୋଟିପତି ଇଲେକ୍ଟ୍ରିକାଲ ଚିଫ ଇଂଜିନୟର ବାବୁ । ସମ୍ବଲପୁରର ଇଲେକ୍ଟ୍ରିକାଲ ଚିଫ ଇଂଜିନୟର ସୁନୀଲ କୁମାର ପଣ୍ଡାଙ୍କ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି । ଏବେ ଯାଏଁ ୩ କୋଟି ୩୯ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ | ତେବେ ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ରହିଛି ସମ୍ବଲପୁରରେ ୬୪.୨୧ ଲକ୍ଷ ଟଙ୍କାର ୩ ବିଏଚଏକ ଫ୍ଲାଟ, ଅଇଁଠାପାଲି ଅଞ୍ଚଳରେ ଦୁଇଟି ପ୍ଲଟ, ଭୁବନେଶ୍ବର ଗ୍ରାଣ୍ଡ ବଜାରରେ ୧ କୋଟି ୪ଲକ୍ଷ ଟଙ୍କାର ଗୋଟିଏ ଦୋକାନ, ଭୁବନେଶ୍ବରରେ ୬୧ଲକ୍ଷ ଟଙ୍କାର ପ୍ଲଟ, ୩୨ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୧୯.୮୦ଲକ୍ଷ ଟଙ୍କାର ବୀମା, ୧୬.୨୮ଲକ୍ଷ ଟଙ୍କାର ମ୍ୟୁଚୁଆଲ ଫଣ୍ଡ ଇନଭେଷ୍ଟମେଣ୍ଟ, ୧୭ ଲକ୍ଷ ଟଙ୍କାର ଚାରିଚକିଆ ଗାଡି, ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ତଥା ଘରକରଣା ସାମଗ୍ରୀ । ଭିଜିଲାନ୍ସ ଇଲେକ୍ଟ୍ରିକାଲ ଚିଫ ଇଂଜିନୟର ବାବୁଙ୍କ ଏତେ ସମ୍ପତ୍ତି ଦେଖି ଭିଜିଲାନ୍ସ ବି ତାଜୁବ ହୋଇଯ଼ାଇଛି । ଏତେ ପରିମାଣରେ ସମ୍ପତ୍ତି ମିଳିବା ପରେ ତାଙ୍କୁ ଅଟକ ରଖାଯାଇଛି |

Leave A Reply

Your email address will not be published.