ପ୍ରବଳ ବର୍ଷାରେ ବ୍ରାଜିଲରେ ତାଣ୍ଡବ

ବ୍ରାଜିଲ ୧୭/୦୨: ବ୍ରାଜିଲର ରିଓ ଡି ଜେନେରିଓରେ ପ୍ରବଳ ବର୍ଷା ହେତୁ ବନ୍ୟା ଓ ଭୂସ୍ଖଳନ ପରିସ୍ଥିତ । ଫଳରେ ୭୮ ଜଣଙ୍କ ମୃତ୍ୟୁ ହୋଇଛି । ବୁଧବାର ସକାଳେ ଏକ ବିବୃତ୍ତି ଦେଇ ସ୍ଥାନୀୟ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପେଟ୍ରୋପଲିସ୍ ସର୍ବାଧିକ ପ୍ରଭାବିତ ହୋଇଛି । ଯେଉଁଠାରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଏଠାରେ ମେୟର ରୁବେନ୍ସ ବୋମଟେମ୍ପୋ କହିଛନ୍ତି ଯେ ‘ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ । ଏପର୍ଯ୍ୟନ୍ତ ୨୧ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ଉଲ୍ଲେଖନୀୟ ବିଷୟ ହେଉଛି, ଏହି ଅଞ୍ଚଳରେ ୨୦୧୧ରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା । ତା’ପରେ ବର୍ଷା ହେତୁ ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଥିଲା । ବୁଧବାର ଉଦ୍ଧାର କାର୍ଯ୍ୟ ବେଳେ ୪୯ ବର୍ଷୀୟ ରୋସଲିନ୍ କୁମାରୀଙ୍କ ଆଖିରୁ ଲୁହ ଶୁଖିନଥିଲେ । କାରଣ ସେ କହିଛନ୍ତି ଅଳିଆ ଗଦାରେ ଫସି ରହିଥିବା ମହିଳାଙ୍କ ଯନ୍ତ୍ରଣାକୁ କେବେ ବି ଭୁଲି ପାରିବେ ନାହିଁ । ସେ କହିଛନ୍ତି, “ଗତକାଲି ଜଣେ ମହିଳା ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ । ମୋତେ ଏଠାରୁ ବାହାର କର । କିନ୍ତୁ, ଆମେ କିଛି କରିପାରିଲୁ ନଥିଲୁ । ଜଳ ଓ ମାଟିର ଆବର୍ଜନା ବୁଡ଼ି ଯାଉଥିଲା । ଦୁର୍ଭାଗ୍ୟବଶତଃ ଆମ ସହର ଧ୍ୱଂସ ହୋଇଯାଇଛି ।

Leave A Reply

Your email address will not be published.