ଗ୍ରୋସରୀ ଦୋକାନରୁ ଲୁଟ୍‌

ମାହାଙ୍ଗା ୦୫।୦୨ : ଗ୍ରୋସରୀ ଦୋକାନରୁ ଲୁଟ୍‌ । ମାହାଙ୍ଗୀ କୁହୁଣ୍ଡା ପଞ୍ଚାୟତ କୋଠପଦା ବଜାରରୁ ଏହି ଲୁଟ୍‌ ହୋଇଛି । ଏନେଇ ମାହାଙ୍ଗା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । ଖବର ଅନୁଯାୟୀ, କୋଠପଦା ହାଇସ୍କୁଲ ସାମ୍ନାରେ ସ୍ଥାନୀୟ କୁହୁଣ୍ଡା ଗାଁର ଅଜୟ ନାୟକଙ୍କ ତେଜରାତି ଦୋକାନ ରହିଛି । ଲୁଟେରାମାନେ ଅଜୟଙ୍କ ଦୋକାନ ଘର ଭାଙ୍ଗି ଖାଇବା ତେଲ, ଅମୁଲ, ସାବୁନ, ସର୍ଫ , ନଗଦ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି । ଏନେଇ ମାହାଙ୍ଗା ଥାନାରେ ଅଭିଯୋଗ ହୋଇଛି । ଥାନା ଆଇଆଇସିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ରାତି ସମୟରେ ପୋଲିସ ପାଟ୍ରୋଲିଂ ବଢାଇବାକୁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.